Odisha Link
Bridging the Missing Links in Odisha

ସେପ୍ଟେମ୍ବର ୧୪ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ବର: ସେପ୍ଟେମ୍ବର ୧୪ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ। ସେପ୍ଟେମ୍ବର ୧୪ରୁ ୨୪ ପର୍ଯ୍ୟନ୍ତ ମାଟ୍ରିକ ଓ ଓପନ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ ୨୨ ହଜାର ୬୪୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ। ଏହାଛଡ଼ା ଓପନ ସ୍କୁଲର ୧୨ ହଜାର ୯୩୯ ଜଣ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ। ମାଟ୍ରିକ ପାଇଁ ୧୫୩ଟି ଓ ଓପନ ସ୍କୁଲ ପାଇଁ ୮୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ରଗୁଡ଼ିକ ପ୍ରତିଦିନ ସାନିଟାଇଜ କରାଯିବ। ଏହାଛଡ଼ା ଭିଡ଼ ନହେବାକୁ ମଧ୍ୟ ବ୍ୟବସ୍ଥା କରାଯିବ। କୋଭିଡ ନିୟମ କଡ଼ାକଡ଼ି ପାଳନ କରାଯିବ ବୋଲି ମନ୍ତ୍ରୀ ସମୀର ଦାସ କହିଛନ୍ତି ।

Comments are closed.