ଆଜି ପ୍ରକାଶ ପାଇପାରେ ଜେଇଇ ମେନ୍ ଫଳାଫଳ

ଭୁବନେଶ୍ବର: ଆଜି ପ୍ରକାଶ ପାଇପାରେ ଜେଇଇ ମେନ୍ ୨୦୨୦ର ପରୀକ୍ଷା ଫଳ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଆଜି ଜେଇଇ ମେନ୍ ଫଳ ଘୋଷଣା କରିବ ବୋଲି ଆଶା କରାଯାଉଛି। ବିଭାଗୀୟ ୱେବସାଇଟରେ ଫଳାଫଳ ପ୍ରକାଶ ପାଇପାରେ। ଏନଟିଏ-ଜେଇଇର ୱେବସାଇଟ https://jeemain.nta.nic.in/ ଲିଙ୍କରେ ଫଳାଫଳ ଦେଖିବେ। ପରୀକ୍ଷାର୍ଥୀ ୱେବସାଇଟରୁ ପିଡିଏଫ୍ ଫର୍ମାଟରେ ଥିବା ରେଜଲ୍ଟ ଡାଉନଲୋଡ୍ କରିପାରିବେ। ଏଥିସହ ଜେଇଇ ମେନ୍ କଟଅଫ୍ ମାର୍କ ମଧ୍ୟ ଘୋଷଣା କରିବ ଏନଟିଏ।
କରୋନା କଟକଣା ମଧ୍ୟରେ ଗତ ୧ରୁ ୬ ତାରିଖ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ୬ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ରାଜ୍ୟରେ ଚଳିତ ବର୍ଷ ମୋଟ ୩୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ହେଇଥିଲେ। ଏଥିପାଇଁ ୭ଟି ପ୍ରମୁଖ ସହରରେ ୨୬ଟି ପରୀକ୍ଷା କେନ୍ଦ୍ରକୁ ପ୍ରସ୍ତତ କରାଯାଇଥିଲା। ଭୁବନେଶ୍ୱରରେ କେବଳ ୬ଟି କେନ୍ଦ୍ରରେ ୧୬ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।