ଟୋକିଓରେ ଭୂକମ୍ପ ଝଟକା

ଟୋକିଓ : ଜାପାନର ରାଜଧାନୀ ଟୋକିଓରେ ଆଜି ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଭୂକମ୍ପ ଝଟକା ଟୋକିଓ ଠାରୁ ୪୦୭ କିଲୋମିଟର ଉତ୍ତର ଠାରୁ ଉତ୍ତର-ପୂର୍ବ ଅଞ୍ଚଳରେ ଅନୁଭବ ହୋଇଛି। ଏନେଇ ଏନସିଏସ ପକ୍ଷରୁ ସୂଚନା ମିଳିଛି। ଆଜି ସକାଳ ୮ଟା୧୪ରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତିବ୍ରତା ୬.୦ ରେକର୍ଡ଼ କରାଯାଇଛି। ଭୂକମ୍ପ ଝଟକାରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ।