Odisha Link
Bridging the Missing Links in Odisha

ରାଜ୍ୟରେ ୨୪ ଘଣ୍ଟାରେ ୫୦ ହଜାର ୯୭୯ ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ମଧ୍ୟରେ ୫୦ ହଜାର ୯୭୯ ନମୁନା ପରୀକ୍ଷା କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଶନିବାର ସୂଚନା ଦେଇଛନ୍ତି। ଗତ କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ କମ୍ କରାଯାଉଥିବା ବେଳେ ଏହା ପୁଣି ୫୦ ହଜାରରୁ ଅଧିକ ହୋଇଛି।

ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ ଏହି ନମୁନା ପରୀକ୍ଷା କରାଯାଇଛି। ଏଥିମଧ୍ୟରୁ ଆଣ୍ଟିଜେନ୍‌ରେ ୪୩,୨୧୩, ଆରଟିପିସିଆରରେ ୭,୬୦୭ ଓ ଟ୍ରୁନଟ୍‌ରେ ୧୬୦ଟି କରୋନା ନମୁନା ପରୀକ୍ଷା କରାଯାଇଛି। କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟରେ କୋଭିଡ ଟେଷ୍ଟ ସଂଖ୍ୟା ଇତିମଧ୍ୟରେ ୨୩ ଲକ୍ଷ ଟପିସାରିଲାଣି।

Comments are closed.