ହସ୍ପିଟାଲ୍ରେ ଭର୍ତ୍ତି ହେଲେ ସାଂସଦ ରମେଶ ମାଝୀ

ନବରଙ୍ଗପୁର: ନବରଙ୍ଗପୁର ସାଂସଦ ରମେଶ ମାଝୀ ଅସୁସ୍ଥ ହୋଇ ପଡ଼ିଛନ୍ତି। କିଛି ଦିନ ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ। କରୋନାରେ ସଂକ୍ରମିତ ହେବାପରେ ସେ ନିଜ ଉମରକୋଟ ସ୍ଥିତ ବାସଭବନରେ ହୋମ ଆଇସଲେସନରେ ଥିଲେ। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ୱର ସମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ପ୍ରକାଶ ଯେ, ସାଂସଦ ରମେଶ ଚନ୍ଦ୍ର ମାଝୀ କରୋନା ଆକ୍ରାନ୍ତ ହୋଇଥିବା ହୋଇଥିଲେ। ଏ ନେଇ ସେ ସାମାଜିକ ଗଣ ମାଧ୍ୟମରେ ସୂଚନା ଦେଇଛନ୍ତି। ତାଙ୍କ କରୋନା ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ୍ ଆଇସୋଲେସନରେ ଅଛନ୍ତି। ତେବେ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ କରୋନା ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି।