Odisha Link
Bridging the Missing Links in Odisha

ହରିବଂଶଙ୍କୁ ବିଜେଡ଼ିର ସମର୍ଥନ ଘୋଷଣା

ଭୁବନେଶ୍ବର: ରାଜ୍ୟସଭା ଉପଧ୍ୟକ୍ଷ ନିର୍ବାଚନ ପଦ ପାଇଁ ଜେଡୁୟୁ ପ୍ରାର୍ଥୀଙ୍କୁ ବିଜେଡି ପକ୍ଷରୁ ସମର୍ଥନ ଘୋଷଣା କରିଛନ୍ତି। ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ। ଏନେଇ ସମର୍ଥନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ପୁଣି ଥରେ ନବୀନଙ୍କ ସହ କଥା ହୋଇଥିଲେ ବିହାରର ମୁଖ୍ୟମନ୍ତ୍ରୀ। ସମର୍ଥନ ନେଇ ନବୀନଙ୍କୁ ଫୋନ କରି କଥା ହୋଇଥିଲେ ନୀତିଶ। ଏନଡିଏ ପକ୍ଷରୁ ଜେଡିୟୁର ହରିବଂଶ ପ୍ରାର୍ଥୀ ହୋଇଛନ୍ତି। ୟୁପିଏ ପକ୍ଷରୁ ଆଜେଡିର ମନୋଜ ଝା ପ୍ରାର୍ଥୀ ହୋଇଛନ୍ତି।

ପ୍ରକାଶ ଯେ, ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ବିଜୁ ଜନତା ଦଳ କେଉଁ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ସେ ନେଇ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ। ତେବେ ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏନ୍ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ବିଜେଡିର ସମର୍ଥନ ମିଳିବା ନେଇ ଦଳ ସଭାପତି ନବୀନ ପଟ୍ଟନାୟକ ଏକ ପ୍ରକାର ସବୁଜ ସଙ୍କେତ ଦେଇଛନ୍ତି। ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇଆସିଛି। ୨୦୧୮ରେ ବି ଏନ୍ଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିଥିଲା।

Comments are closed.