ଦଶହରା ମୂର୍ତ୍ତି ବିବାଦ: ଆଜି ସଂଧ୍ୟାରେ ହେବ ବୈଠକ

କଟକ: ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ଆଜି ଶୁଣାଣି ହେବ। ବିଭିନ୍ନ ପୂଜା କମିଟିର ଆବେଦନ ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି କରାଯିବ। ଆଜି ସଂଧ୍ୟାରେ କଟକ ଡିସିପି ଡାକିବେ ଏକ ଗୁରତ୍ବପୂର୍ଣ୍ଣ ବୈଠକ। ମୂର୍ତ୍ତିର ଉଚ୍ଚତାକୁ ନେଇ ପୂଜା କମିଟି ସହ ଡିସିପିଙ୍କ ଆଲୋଚନା ହେବ। ପୂର୍ବରୁ ମୂର୍ତ୍ତିର ଉଚ୍ଚତାକୁ ନେଇ ପୋଲିସ ନିର୍ଦ୍ଦେଶକୁ ବିରୋଧ କରାଯାଇଛି। ୪ ଫୁଟ ଉଚ୍ଚର ମୂର୍ତ୍ତି ପାଇଁ ନିର୍ଦ୍ଦେଶ ଥିବାରୁ ବିରୋଧ କରାଯାଉଛି। ଏହାକୁ ବିରୋଧ କରି କଟକ ସହରର ବହୁ ପୂଜା କମିଟି ହାଇକୋର୍ଟ ଯାଇଛନ୍ତି।