ୟୋସିହିଡେ ସୁଗା ଜାପାନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ

ଜାପାନ: ଜାପାନର ଶାସକ ଦଳର ନେତା ୟୋସିହିଡେ ସୁଗା ବୁଧବାର ସଂସଦୀୟ ଭୋଟ୍ରେ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ପ୍ରାୟ ୮ବର୍ଷ ପରେ ତାଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରାଯାଇଛି। ସେ ଦୀର୍ଘ ସମୟ ହେବ ସିଞ୍ଜୋ ଆବେଙ୍କ ସହଯୋଗୀ ଥିଲେ। ସୁଗା ମୁଖ୍ୟ କ୍ୟାବିନେଟ୍ ପଦ ସମ୍ଭାଳି ଥିଲେ। ତାଙ୍କୁ ଗତ ସୋମବାର ଲିବରାଲ ଡେମୋକ୍ରେଟିକ୍ ପାର୍ଟିର ପ୍ରିମିୟର ଭାବେ ମନୋନୀତ କରାଯାଇଥିଲା। ଆଜି ସୁଗା ଦଳର ସଂସୀୟ ବୋର୍ଡରେ ପ୍ରଧାନମନ୍ତ୍ରୀ ପଦ ଭାବେ ନିର୍ବାଚିତ ହୋଇଛନ୍ତି।
ସୁଗାଙ୍କ ଶାସକ ଲିବରାଲ୍ ଡେମୋକ୍ରାଟିକ୍ ପାର୍ଟି ସଂସଦର ଶକ୍ତିଶାଳୀ ନିମ୍ନ ଗୃହରେ ଏହାର ସଂଖ୍ୟାଗରିଷ୍ଠତା ବ୍ୟବହାର କରିଥିଲା, ଯାହା ପ୍ରଧାନମନ୍ତ୍ରୀଙ୍କୁ ବାଛିବା ପାଇଁ କ୍ଷମତାଶାଳୀ ହୋଇ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତିର ନେତୃତ୍ୱ ନେବାକୁ ମନୋନୀତ ହୋଇଛନ୍ତି। କ୍ଷମତାସୀନ ଦଳ ପ୍ରଧାନମନ୍ତ୍ରୀ ସିଞ୍ଜାଙ୍କ ଉତ୍ତରାଧିକାରୀ ପାଇଁ ହୋଇଥିବା ଆଭ୍ୟନ୍ତରୀଣ ମତଦାନରେ ସୁଗାଙ୍କୁ କ୍ଷତାସୀନ ଲିବରାଲ ଡେମୋକ୍ରେଟିକ୍ ଦଳରେ ୩୭୭ ଭୋଟ୍ ମିଳିଛି। ତେବେ ଅନ୍ୟ ଦୁଇ ଆଶାୟୀ ପାର୍ଥୀଙ୍କୁ ମିଳିଛି ୧୫୭ ଭୋଟ୍। ଭୋଟ୍ ପରେ ସୁଗା ନୂତନ ନେତା ଭାବରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିବେ ଏବଂ ଦିନକ ପରେ ତାଙ୍କ କ୍ୟାବିନେଟର ନାମ ରଖିବେ।
ସିଞ୍ଜୋଙ୍କ ଅଧୁରା କାମ ପୂରା କରିବାର ସମସ୍ତ ଦାୟିତ୍ବ ଏବେ ସୁଗାଙ୍କ ଉପରେ। ବିଶେଷକରି ଅର୍ଥବ୍ୟବସ୍ଥା ଓ ବିଦେଶନୀତି। ବିଦେଶନୀତି ମାମଲାରେ ସବୁଠୁ ପ୍ରଭାବୀ ପ୍ରଧାନମନ୍ତ୍ରୀ ରହି ଆସିଛନ୍ତି ସିଞ୍ଜୋ। ତେବେ ସୁଗାଙ୍କ ପାଇଁ ସବୁଠୁ ବଡ଼ ଚାଲେଞ୍ଜ ଏବେ କରୋନା ମହାମାରୀ। ଏହା ସହ ଅନ୍ୟତମ ଚାଲେଞ୍ଜ ଅଲିମ୍ପିକ ଖେଳର ସଫଳ ଆୟୋଜନ।