Odisha Link
Bridging the Missing Links in Odisha

ମସ୍କୋରେ ବୈଦିଶିକ ମନ୍ତ୍ରୀଙ୍କ ସାକ୍ଷାତ ପୂର୍ବରୁ ପେଙ୍ଗାଙ୍ଗରେ ଫୁଟିଥିଲା ୧୦୦ରୁ ୨୦୦ ରାଉଣ୍ଡ ଗୁଳି: ରିପୋର୍ଟ

ନୂଆଦିଲ୍ଲୀ: ପୁର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ-ଚୀନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ସୀମାରେ ଘଟୁଥିବା ଅପ୍ରତିକର ସ୍ଥିତି ଉପୁଜିଥିବା ବେଳେ ୨ ଦେଶ ମଧ୍ୟରେ ଗୋଟାଏ ପରେ ଗୋଟାଏ ଆଲୋଚନ ଜାରି ରହିଛି। ହେଲେ ସେଥିରୁ କୌଣସି ନିଷ୍କର୍ସ ବାହାରି ପାରୁ ନାହିଁ। ଏହା ଭିତରେ ଏଲଏସିରେ ଗୁଳିକାଣ୍ଡକୁ ନେଇ ନୂଆ ଖୁଲାସା ହୋଇଛି। ଏକ ରିପୋର୍ଟ ଅନୁସାରେ, ରୁଷର ମସ୍କୋରେ ୧୦ ସେପ୍ଟେମ୍ବରରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ତାଙ୍କର ଚୀନ ସମକକ୍ଷ ଓ୍ବାଙ୍ଗ ୟିଙ୍କ ଭିତରେ ସାକ୍ଷତ ପୂର୍ବରୁ ପେଙ୍ଗାଙ୍ଗ ତ୍ସୋ ହ୍ରଦର ଉତ୍ତର କୂଳରେ ଦୁଇ ଦେଶର ସେନା ଭିତରେ ଗୁଳିକାଣ୍ଡ ହୋଇଥିଲା।

ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଯେଉଁ ସ୍ଥାନରେ ଫିଗର-୩ ଓ ଫିଗର-୪ର ତଳ ମିଳେ, ସେଠାରେ ଦୁଇପକ୍ଷ ଭିତରେ ୧୦୦-୨୦୦ ରାଉଣ୍ଡ ଗୁଳିକାଣ୍ଡ ହୋଇଥିଲା। ‘ଇଣ୍ଡିଆନ୍ ଏକ୍ସପ୍ରେସ’ର ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ମିଳିଥିବା ରିପୋର୍ଟ ଅନୁସାରେ, ମାମଲା ସମ୍ପର୍କରେ ଖବର ରଖିଥିବା ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଗୁଳିକାଣ୍ଡ ସେତେବେ​‌​‌ଳେ ହୋଇଥିଲା ଯେବେ ଦୁଇ ଦେଶର ସୈନିକଙ୍କ ଭିତରେ ଫିଗର ଅଞ୍ଚଳରେ ନିଜର ସ୍ଥିତି ମଜବୁତ ରଖିବା ପାଇଁ ଗସ୍ତ କରୁଥିଲେ। ଏପର୍ଯ୍ୟନ୍ତ ଚୀନ୍ ଓ ଭାରତ ପକ୍ଷରୁ କୌଣସି ଅଫିସିଆଲ ସୂଚନା ଦିଆଯାଇ ନାହିଁ। ଏହା ପୂର୍ବରୁ ଚୁସୁଲ ସେକ୍ଟରରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଦୁଇ ଦେଶ ଭିତରେ ବିବାଦ ଜାରି ରହିଛି।

ରିପୋର୍ଟ ଅନୁସାରେ, ଭାରତ-ଚୀନ ଭିତରେ ଗତ ଏକ ମାସରେ ୩ଥର ଫାୟାରିଂ ହୋଇସାରିଛି। ଏପର୍ଯ୍ୟନ୍ତ ଚୁସୁଲ ସେକ୍ଟରରେ ହୋଇଥିବା ଗୁଳିକାର୍ଡକୁ ନେଇ ଦୁଇ ଦେଶ ପକ୍ଷରୁ ଅଫିସିଆଲ ସୂଚନା ମିଳିଛି। ଅଗଷ୍ଟରେ ମୁକପରୀରେ ମଧ୍ୟ ଫାୟାରିଂ ହୋଇଥିଲା।

Comments are closed.