ମେଲୋଡି କରି ଗଣିଲେ ୫୦ ହଜାର ତଣ୍ଡ

ଜଳେଶ୍ୱର: କରୋନା କଟକଣା କୁ ଫୁ। ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ କୋଭିଡ କଟକଣା ଜାରି କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଅଙ୍କୁଶ ଲଗାଯିବା ସହ ନିୟମ ଉଲ୍ଲଂଘନ କଲେ ଜୋରିମାନା ମଧ୍ୟ କରାଯାଉଛି। ଏହି ସମୟରେ ମେଲୋଡି କାର୍ଯ୍ୟକ୍ରମ କରାଯିବା ମହଙ୍ଗା ପଡ଼ିଛି।
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ନିମାତପୁରରେ ଏକ ମେଲୋଡି ଆୟୋଜନକାରୀଙ୍କୁ ୫୦ ହଜାର ଟଙ୍କା ଜୋରିମାନା କରାଯାଇଛି। ଅତିରିକ୍ତ ତହସିଲଦାର ସମ୍ପୃକ୍ତ ଆୟୋଜନକାରୀଙ୍କୁ ୫୦ ହଜାର ଟଙ୍କା ଜୋରିମାନା କରିଛନ୍ତି। ଗତକାଲି ଭୋଗରାଇରେ ରାତିରେ ମେଲୋଡି କାର୍ଯ୍ୟକ୍ରମ ଚାଲିଥିଲା। କୋଭିଡ କଟକଣାକୁ ଫୁ କରି ଲୋକଙ୍କ ଗହଳି ଭିତରେ ଏହି କାର୍ଯ୍ୟକ୍ରମ ଚାଲିଥିଲା।