Odisha Link
Bridging the Missing Links in Odisha

ଫୁଡ୍ ପଏଜନିଂର ଅସୁବିଧା ଦେଖାଯାଉଥିଲେ ଘରୋଇ ଉପାୟରେ କରନ୍ତୁ ଚିକିତ୍ସା !

ଭୁବନେଶ୍ବର : ଆଜି କାଲି ଅନେକ ବ୍ୟକ୍ତି ନିଜର ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି ତଥାପି ବେଳେବେଳେ ନିଜ ପ୍ରିୟ ଭାଦ୍ୟ କାରଣରୁ ରୋଗାଗ୍ରସ୍ତ ହୋଇପଡନ୍ତି ।

କେବେ କେବେ ଏମିତି ବି ହୋଇଥାଏ କି କିଛି ଭୁଲ୍ ଖାଦ୍ୟ ଖାଇଦେବା କାରଣକୁ ଫୁଡ୍ ପଏଜନିଙ୍ଗର ଶିକାର ହେବାକୁ ପଡି଼ଥାଏ। ଯାହା ଦ୍ବାରା ସ୍ଥିତି ବହୁତ ଗମ୍ଭୀର ହୋଇଯାଏ। ତେଣୁ ସମୟ ମଧ୍ୟରେ ଏହାର ଚିକିତ୍ସା କରାଯିବା ଆବଶ୍ୟକ ଅଟେ।

ତେବେ ଆଜି ଆମେ ଆପଣଙ୍କୁ ଏଥିରୁ ମୁକୁଳିବା ଲାଗି ଏପରି କିଛି ସରଳ ଉପାୟ ବିଷୟରେ କହିବୁ

ଲେମ୍ବୁର ପ୍ରୟୋଗ : ସାଧାରଣତଃ ଲେମ୍ବୁରେ ଆଣ୍ଟି-ଭାଇରାଲ୍ ଗୁଣ ନିହିତ ରହିଥାଏ, ଯାହାକି ଫୁଡ୍ ପଏଜନିଙ୍ଗରେ ବ୍ୟାକ୍ଟେରିଆକୁ ଦୂର କରି ଆପଣଙ୍କୁ ମୁକ୍ତି ଦେଇଥାଏ। ଆପଣ ଏକ କପ୍ ଗରମ ପାଣି ନେଇ ସେଥିରେ କିଛି ମାତ୍ରାରେ ଲେମ୍ବୁର ରସ ଓ ମହୁକୁ ମିଶ୍ରଣ କରି ଖାଲିପେଟରେ ପିଇଦିଅନ୍ତୁ। ଆଉ ଯଦି ଆପଣ ଚାହଁନ୍ତି ବି ପାଣିରେ ଲେମ୍ବୁ କିମ୍ବା ଚିନି ମିଶ୍ରଣ କରି ପିଇପାରନ୍ତି।

ଆପଲ୍ ସାଇଡର ଭିନେଗାର : ତେବେ ସେଓର ସିର୍କା ମଧ୍ୟ ଫୁଡ୍ ପଏଜନିଙ୍ଗ ପାଇଁ ରାମବାଣ ସଦୃଶ କାର‌୍ୟ୍ୟ କରିଥାଏ। ତେଣୁ ଏହାକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆପଣ ଦୁଇ ଚାମଚ ସେଓର ସିର୍କାକୁ ଏକ କପ୍ ଗରମ ପାଣିରେ ମିଶ୍ରଣ କରି ଭୋଜନ ପୂର୍ବରୁ ଏହାର ସେବନ କରନ୍ତୁ।

ଦହିର ପ୍ରୟୋଗ : ଫୁଡ୍ ପଏଜନିଙ୍ଗ ପାଇଁ ଦହି ବହୁତ ଉପକାରୀ ବୋଲି କୁହାଯାଇଥାଏ। ତେଣୁ ଆପଣ ଦହି ମଧ୍ୟରେ କିଛି ମାତ୍ରାରେ ପାଣି ଓ ଚିନି ମିଶାଇ ଲସି ପ୍ରସ୍ତୁତ କରନ୍ତୁ। ଆଉ ଯଦି ଆପଣଙ୍କୁ ମିଠା ଦହି ପସନ୍ଦ ନଥାଏ, ତେବେ ଆପଣ ଏଥିରେ କିଛି ମାତ୍ରାରେ କଳା ଲୁଣକୁ ମିଶ୍ରଣ କରି ମଧ୍ୟ ପିଇପାରନ୍ତି।

Comments are closed.