Odisha Link
Bridging the Missing Links in Odisha

ଏହି ଦେଶରେ ଫେରିଛି କରୋନାର ଦ୍ବିତୀୟ ଲହର, ସତର୍କ କରାଇଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ଜେନେଭା: ପୁଣି ୟୁରୋପକୁ ଫେରିଲା ମହାମାରୀ କରୋନାର ଦ୍ବିତୀୟ ଲହର। ଚଳିତ ବର୍ଷ ପ୍ରାରମ୍ଭରେ କରୋନାର ଅଧିକ ପ୍ରଭାବ ପଡ଼ିଥିଲା ୟୁରୋପ ଉପରେ ପଡିଥିଲା। ଏବେ ପୁଣି ୟୁରୋପରେ ଫେରିଛି କରୋନାର ଦ୍ବିତୀୟ ଲହର। ଏ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୟୁରୋପକୁ ସତର୍କ କରାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁତାବକ ୟୁରୋପରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଯେଉଁଥି ପାଇଁ ଆଗକୁ ସ୍ଥିତି ବଡ଼ ଗମ୍ଭୀର ହେବାକୁ ଯାଉଛି। ୟୁରୋପୀୟ ସରକାରଙ୍କୁ ଏନେଇ ସତର୍କ ରହିବା ସହ ଏହାର ନିୟନ୍ତ୍ରଣ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି।

ୟୁରୋପରେ କରୋନାର ଦ୍ବିତୀୟ ଲହର ରୋକିବା ପାଇଁ ଲକଡାଉନର ଏବେ ଯଥେଷ୍ଟ ଆବଶ୍ୟକତା ରହିଛି ​ବୋଲି ସଂଗଠନ କହିଛି। ପୁଣି ଥରେ ଲକଡାଉନ ଲାଗୁ କରିବା ନେଇ ଅନୁରୋଧ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଥିଲା ୟୁରୋପରେ ଆଗକୁ ଯାହା ହେବାକୁ ଯାଉଛି ଏହାକୁ ନେଇ ବହୁ ପୂର୍ବରୁ ସତର୍କ କରାଯାଇଥିଲା।

ୟୁରୋପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଥିବା ହୈସ କ୍ଲଗ୍ ଏ କଥା କହିଛନ୍ତି। ୟୁରୋପରେ ମାର୍ଚ୍ଚ ମାସରେ ଯେଭଳି ସଂକ୍ରମଣ ମାମଲା ଆସିଥିଲା ଏବେ ପ୍ରତି ସପ୍ତାହରେ ସେମିତି ମାମଲା ଆସୁଛି। ଗତ ସପ୍ତାହରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩,୦୦,୦୦୦ରେ ପହଞ୍ଚିଛି। ସେହିପରି ଗତ ଦୁଇ ସପ୍ତାହ ମଧ୍ୟରେ ନୂଆ ମାମଲା ୧୦ ପ୍ରତିଶତ ବୃଦ୍ଧି ହୋଇଛି। କ୍ଲଗ୍ କହିଛନ୍ତି ବସନ୍ତ ଋତୁ ଓ ଖରା ଦିନେ ଲକଡାଉନ ଲାଗୁ ହେବା ଯୋଗୁ କରୋନା ମାମଲା କମିଥିଲା। ସେପ୍ଟେମ୍ବର ମାସରେ କରୋନା ମାମଲା ବଢ଼ିଛି।

Comments are closed.