Odisha Link
Bridging the Missing Links in Odisha

ଓସ୍କାର ବିଜେତା ଓ୍ବିନଷ୍ଟନ୍ ଗୃମଙ୍କ ପରଲୋକ

ଆମେରିକାର :ସିନେମା ଫରେଷ୍ଟ ଗମ୍ପର ଲେଖକ ଓ୍ବିନଷ୍ଟନ୍ ଗୃମଙ୍କ ପରଲୋକ ହୋଇଛି । ତାଙ୍କର ୭୭ବର୍ଷ ବୟସରେ ପରଲୋକ ହୋଇଛି। ଓ୍ବିନଷ୍ଟନ୍ ଙ୍କ ସିନେମାଟି ଆମେରିକାର ଓସ୍କାର ବିଜେତା ହୋଇଥିଲା । ଗୃମ୍ ଅନେକ ଚମତ୍କାର ଉପନ୍ୟାସ ଲେଖି ଥିଲେ ।

ସେଗୁଡ଼ିକ ଅନେକ ପ୍ରଶଂସା ଜନକ ଥିଲା । ତାଙ୍କ ଲିଖିତ ଫରେଷ୍ଟ ଗମ୍ପ ଉପରେ ୧୯୯୪ମସିହାରେ ସିନେମା ପ୍ରସ୍ତୁତ ହୋଇଥିଲା। ସିନେମାଟିରେ ଟମ୍ ହ୍ୟାଙ୍କସ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସିନେମା ଫରେଷ୍ଟ ଗମ୍ପ ୬ଟି ଓସ୍କାର ପୁରସ୍କାର ଜିତିଥିଲା।

ଆଲବାମାର ଗଭର୍ଣ୍ଣର କାୟ ଇବେ ସୋସିଆଲ୍ ମିଡିଆ ଜରିଆରେ ଓ୍ବିନଷ୍ଟନ୍ ଗୃମଙ୍କ ପରଲୋକର ସୂଚନା ଦେଇଥିଲେ। କାୟ ଇବେ ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଶୋକ ବ୍ୟକ୍ତ କରିଛନ୍ତି।

ସେ ନିଜ ଟ୍ବିଟରେ ଲେଖିଛନ୍ତି ଯେ ‘ଏହା ଜାଣି ସେ ଆଶ୍ଚର୍ଯ୍ୟ ଯେ ଆଲବାମା ନିଜ ଚମତ୍କାର ଲେଖକଙ୍କୁ ହରାଇଛି। ତାଙ୍କୁ ଫରେଷ୍ଟ୍ ଗମ୍ପ ପାଇଁ ସବୁବେଳେ ମନେ ରଖାଯିବ। ଓ୍ବିନଷ୍ଟନ୍ ଗୃମ୍ ଆମେରିକା ଇତିହାସର ଚମତ୍କାର ସାମ୍ବାଦିକ ଏବଂ ଲେଖକ ଥିଲେ। ତାଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ପାଇଁ ସମ୍ବେଦନା।’

ଓ୍ବିନଷ୍ଟନ୍ ୧୯୬୫ମସିହାରେ ଆଲବାମା ୟୁନିଭର୍ସିଟିରୁ ଗ୍ରାଜୁଏସନ କରିଥିଲେ। ଓ୍ବିନଷ୍ଟନ୍ ଗୃମ୍ ନିଜ ଜୀବନରେ ପାଖାପାଖି ୧୬ଟି ପୁସ୍ତକ ଲେଖିଥିଲେ। ତାଙ୍କ ପୁସ୍ତକ କନଭର୍ସସେସନ ଓ୍ବିଥ ଦି ଏନମି ଖୁବ୍ ଚର୍ଚ୍ଚିତ ପୁସ୍ତକ ମଧ୍ୟରୁ ଗୋଟିଏ।

Comments are closed.