Odisha Link
Bridging the Missing Links in Odisha

ପୁରୀ ଜିଲ୍ଲାରେ ଘରେ ଘରେ ଜ୍ୱର

ପୁରୀ : ପୁରୀ ଜିଲ୍ଲାରେ ଘରେ ଘରେ ଜ୍ୱର ବ୍ୟାପିଲାଣି। ଲୋକଙ୍କୁ ଚାରି ଚାରି ଘଣ୍ଟା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଥିବାରୁ କରୋନା‌ ପରୀକ୍ଷା ପାଇଁ ଆଉ ଆଗଭର ହେଉନାହାଁନ୍ତି।

କରୋନା ପରୀକ୍ଷା ପରେ ସେମାନଙ୍କର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଚିକିତ୍ସା ସେବା ଯୋଗାଇବା ପରିବର୍ତ୍ତେ ସେମାନଙ୍କ ଘର ସମ୍ମୁଖରେ ଷ୍ଟିକର ମାରିବାକୁ ଗୁରୁତ୍ବ ଦିଆଯାଉଛି। କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଇବାରେ ବିଳମ୍ବ ହେଉଛି। ଏଭଳି ସ୍ଥିତିରେ ସହରର ବିଭିନ୍ନ ଗଳିକନ୍ଦିରେ ଜ୍ୱର ବ୍ୟାପିଲାଣି।

ଏହି ଜ୍ୱରକୁ ଲୋକେ କରୋନା ସଂକ୍ରମଣଜନିତ ଜ୍ୱର ନ ଭାବି ,ଏହାକୁ ଭାଇରାଲ ଜ୍ୱର କିମ୍ବା ଟାଏଫଏଡ୍‌ ଜ୍ୱର ବୋଲି ଭାବି ଔଷଧ ଖାଉଛନ୍ତି। ଜ୍ୱର ହୋଇ ରୋଗୀ ଦୁର୍ବଳ ହୋଇଯିବା ପରେ କୋଭିଡ୍‌ ପ୍ରେସ୍‌କ୍ରିପ୍ସନ ଅନୁଯାୟୀ ଲିଭୋସେଟ୍ରିଜିନ୍‌, ଆଜିଥ୍ରୋମାଇସିନ୍‌, ଭିଟାମିନ୍‌ ସି ଭଳି ଔଷଧ ଖାଇ ସୁସ୍ଥ ହେବାକୁ ଚେଷ୍ଟା କରୁଛନ୍ତି।