Odisha Link
Bridging the Missing Links in Odisha

ବିଶିଷ୍ଟ ଗୀତିକାର ଶାରଦା ପ୍ରସନ୍ନ ନାୟକଙ୍କ ସ୍ମୃତିରେ ‘ଶାରଦା ପ୍ରସନ୍ନ ନାୟକ ଗୀତିକବିତା ପୁରସ୍କାର’ ପ୍ରଦାନ କରାଯିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଶିଷ୍ଟ ଗୀତିକାର, ପ୍ରଯୋଜକ, ସଂଗୀତ ନିର୍ଦ୍ଦେଶକ ଶାରଦା ପ୍ରସନ୍ନ ନାୟକଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଶାରଦା ପ୍ରସନ୍ନ ନାୟକ ଗୀତି କବିତା ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଘୋଷଣା କରିଛନ୍ତି। ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଗୀତି କବିତା ପାଇଁ ପ୍ରଦାନ କରାଯାଉଥିବା ପୁରସ୍କାରକୁ ଶାରଦା ପ୍ରସନ୍ନ ନାୟକଙ୍କ ନାମରେ ନାମିତ କରାଯିବା ସହ ପୁରସ୍କାର ରାଶିକୁ ୨.୫ ଲକ୍ଷକୁ ବୃଦ୍ଧି କରାଯାଇଛି।

ଶାରଦା ପ୍ରସନ୍ନ ନାୟକ ଓଡ଼ିଆ ସାରସ୍ବତ ଜଗତର ଅମଳୀନ ପ୍ରତିଭା। ଜଣେ ଗୀତିକାର, ପ୍ରଯୋଜକ, ସଂଗୀତ ନିର୍ଦ୍ଦେଶକ ଭାବରେ ଓଡ଼ିଆ ସାଂସ୍କୃତିକ ଜଗତରେ ତାଙ୍କ ଅଲିଭା ସ୍ମୃତି ଛାଡ଼ିଯାଇଛନ୍ତି। ଏହି ମହାନ ସ୍ରଷ୍ଟା ଅନବଦ୍ୟ ଅବଦାନକୁ ସମ୍ମାନ ଜଣାଇ ଆଜି ସନ୍ଧ୍ୟାରେ ରାଜ୍ୟ ସଂସ୍କୃତି ବିଭାଗ ଏବଂ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ ରାଜ୍ୟ ସ୍ତରୀୟ ଏକାଦଶାହ ସଭା ଅନୁଷ୍ଠିତ ହେବ।

Comments are closed.