Odisha Link
Bridging the Missing Links in Odisha

ପୋଲାଭରମ୍ ପ୍ରକଳ୍ପ ନେଇ ଏହି ନିଷ୍ପତ୍ତି ନେଲେ ଏନଜିଟି

ନୂଆଦିଲ୍ଲୀ: ବିବାଦୀୟ ପୋଲାଭରମ ପ୍ରକଳ୍ପକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି)ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଚାରି ଜଣିଆ ଯୁଗ୍ମ କମିଟି ୮ ତାରିଖରେ ଦେଇଥିବା ରିପୋର୍ଟକୁ ଏନଜିଟି ଗ୍ରହଣ କରିଛନ୍ତି। ଏହି ରିପୋର୍ଟରେ ୯ ଟି ସୁପାରିସ କରାଯାଇଥିଲା। ଯାହା ମଧ୍ୟରୁ ୮ଟିକୁ ଏନଜିଟି ଗ୍ରହଣ କରିଛନ୍ତି। ଏହି ମାମଲାକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିବା ପ୍ରସ୍ତାବକୁ ଏନଜିଟି ଗ୍ରହଣ କରିନାହାନ୍ତି।

ରିପୋର୍ଟ ମୁତାବକ, ଉଭୟ ପକ୍ଷ ପିପିଏ ୧୯୮୦ ରାଜିନାମାକୁ ମାନି କାର୍ଯ୍ୟ କରିବ। ଗୋଦାବରୀ ଜଳବିବାଦ ଟ୍ରିବ୍ୟୁନାଲ ଦେଇଥିବା ରାୟକୁ ମଧ୍ୟ ମାନିବେ। ଜଳମଗ୍ନ ହେବାକୁ ଥିବା ଅଞ୍ଚଳର ଅନୁଧ୍ୟାନ କରାଯିବ। ବ୍ୟାକ ଓ୍ୱାଟର ବିଷୟରେ ମଧ୍ୟ ଅନୁଧ୍ୟାନ କରାଯିବା ନେଇ ସୁପାରିସ କରାଯାଇଥିଲ। ପ୍ରକଳ୍ପର କୁପ୍ରଭାବ ପଡ଼ିଲେ ପୂରା ଦାୟିତ୍ୱ ଆନ୍ଧ୍ର ଜଳସମ୍ପଦ ବିଭାଗର ରହିବ ବୋଲି ଏଥିରେ କୁହାଯାଇଛି। ପ୍ରକଳ୍ପର ପ୍ରଭାବ ନେଇ ୩ ରାଜ୍ୟ ସହ ଆଲୋଚନା କରିବେ।

ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ୬୩୧୬ ଜଣ ବିସ୍ଥାପିତ ହେବେ। ସେହିଭଳି ଛତିଶଗଡ଼ର ୧୧୭୬୬ ଜଣ ମଧ୍ୟ ବିସ୍ଥାପିତ ହେବେ। ସମସ୍ତ ବିସ୍ଥାପିତଙ୍କୁ ଥଇଥାନ କରାଯିବ। କମିଶନର ପୁନର୍ବାସ ଥଇଥାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଇବେ ବୋଲି ଏନଜିଟି କହିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ଯେଉଁମାନେ ବିସ୍ଥାପିତ ହେବେ ସେମାନଙ୍କୁ ଥଇଥାନ କରିବା ପାଇ ଏକ କମିଟି ଗଠନ କରାଯିବ। ଏହି କମିଟି ଆଲୋଚନା କରି ବିସ୍ଥାପିତଙ୍କୁ ଯଥାଶ୍ରୀଘ୍ର ଥଇଥାନ କରିବା କାର୍ଯ୍ୟ ଆରମ୍ଭ କରିବେ ନିର୍ଦ୍ଦେଶ ଦିଆଯାଇଛି।

Comments are closed.