ନୂତନ କୃଷି ବିଲ୍ ଚାଷୀଙ୍କୁ କ୍ରୀତଦାସ କରିଦେବ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ପାରିତ ହୋଇଥିବା ନୂତନ କୃଷି ବିଲ୍କୁ ରାଜନୈତିକ ଦଳ ଓ ଚାଷୀ ବିରୋଧ କରୁଛନ୍ତି। ଏଥିପାଇଁ ଆଜି (ଶୁକ୍ରବାର) ଭାରତ ବନ୍ଦ ଡାକରା ମଧ୍ୟ ଦେଇଛନ୍ତି।ଏହାକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମର୍ଥନ କରିଛନ୍ତି। ଏଥସହ ରାହୁଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲ୍ ଚାଷୀଙ୍କୁ କ୍ରୀତଦାସ କରିଦେବ।
ରାହୁଲ ଟ୍ବିଟ୍ କରି ଲେଖିଛନ୍ତି ପ୍ରଥମେ ମୋଦି ସରକାର ଜିଏସଟି ମାଧ୍ୟମରେ ଏମ୍ଏସ୍ଏମ୍ଇ ସେକ୍ଟରବୁ ବର୍ବାଦ କଲେ। ଏବେ କୃଷି ଆଇନରେ ଚାଷୀଙ୍କୁ କ୍ରୀତାଦସ କରି ଦେବେ। ଏହା ସହ ହାସଟ୍ୟାଗ୍ରେ ଭାରତ ବନ୍ଦକୁ ସମର୍ଥନ କରୁଥିବା ସେ ଲେଖିଛନ୍ତି।
ସୂଚନାଯୋଗ୍ୟ, ସଂସଦର ମୌସୁମୀ ଅଧିବେଶନରେ ପାରିତ ହୋଇଥିବା ନୂତନ କୃଷି ବିଲ୍ ବିରୋଧରେ ଆଜି ଚାଷୀ ସଂଗଠନ ଦେଶବ୍ୟାପି ଆନ୍ଦୋଳନ କରୁଛନ୍ତି। ଏହା ପୂର୍ବରୁ ପଞ୍ଜାବ ଓ ହରିଆଣାର ଚାଷୀ ସଂଗଠନ ତିନି ଦିନ ପାଇଁ ‘ରେଳ ରୋକୋ’ କରିବା ଘୋଷଣା କରିଥିଲେ। ମାତ୍ର ସରକାରଙ୍କ ଦାବି ଏହି ନୂତନ କୃଷି ବିଲ୍ରେ ଚାଷୀଙ୍କ ଲାଭ ହେବ। ଏହା ଦ୍ବାରା ଚାଷୀଙ୍କ ଆୟ ବଢ଼ିବ।