Odisha Link
Bridging the Missing Links in Odisha

ଘୋଷଣା ହେଲା ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ତାରିଖ

ଭୁବନେଶ୍ବର: ଭୁବନେଶ୍ବର: ଘୋଷଣା ହେଲା ରାଜ୍ୟର ୨ଟି ବିଧାନସଭା ଉପନିର୍ବାଚନ ତାରିଖ। ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଆଜି ଉପନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ। ନଭେମ୍ବର ୩ ତାରିଖରେ ଉଭୟ ବିର୍ବାଚନ ମଣ୍ଡଳି ପାଇଁ ଭୋଟ ଗ୍ରହଣ ହେବ।

ନାମାଙ୍କନ ଦାଖଲର ଶେଷ ଦିନ ଅକ୍ଟୋବର ୧୬ ଧାର୍ଯ୍ୟ କରାଯାଇଛି। ସେହିପରି ଅକ୍ଟୋବର ୧୭ରେ ଯାଞ୍ଚ, ୧୯ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହର ତାରିଖ ରହିଛି। ଏହା ସହ ନଭେମ୍ବର ୧୦ରେ ଉଭୟ ବିର୍ବାଚନ ମଣ୍ଡଳି ଭୋଟଗଣତି ହେବ।

Comments are closed.