Odisha Link
Bridging the Missing Links in Odisha

ପେଟ୍ରୋଲ୍ ପମ୍ପ ଅଗ୍ନିକାଣ୍ଡ: ୮ ଜଣ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟଣାରେ ୮ ଜଣଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହାତଙ୍କ ସଂଖ୍ୟା ନେଇ କ୍ୟାପିଟାଲ୍‌ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ୮ ଜଣଙ୍କ ମଧ୍ୟରୁ ୨ ଜଣ ଗୁରୁତର ଅଛନ୍ତି, ସେମାନଙ୍କୁ ଏସ୍‌ସିବି ମେଡିକାଲ୍‌ ପଠାଯାଇଛି।

ଅଗ୍ନିକାଣ୍ଡ ନେଇ ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେ, ନିଆଁ ଲିଭା କାର୍ଯ୍ୟ ଚାଲୁ ରହିଛି। ସ୍ଥିତି ନିୟନ୍ତ୍ରଣରେ ରହିଛି। ଆହତଙ୍କୁ ହସ୍ପିଟାଲକୁ ନିଆଯାଇଛି। ପାଖରେ ଆଉ ଏକ ଟାଙ୍କି ରହିଛି। ପେଟ୍ରୋଲ ପମ୍ପର ୧ କିମି ଦୂରକୁ ଚାଲିଯିବାକୁ କହୁଛୁ।

ସୂଚନାଯୋଗ୍ୟ ଯେ, ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ପେଟ୍ରୋଲ ପମ୍ପରେ ଏକ ବଡ଼ ଧରଣର ନିଆଁ ଲାଗିଛି। ଏନେଇ ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବାକୁ ଉଦ୍ୟମ କରୁଛନ୍ତି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ,ପେଟ୍ରୋଲ ପମ୍ପର ଆଖ ପାଖ ଅଞ୍ଚଳରେ ୧ କିମି ପରିଧି ଭିତରେ ଭୂକମ୍ପ ଭଳି ଝଟକା ଲାଗିଥିଲା। ରାଜଭବନ ଛକରୁ କ୍ୟାପିଟାଲ ହସ୍ପିଟାଲ ରାସ୍ତାକୁ ପୁଲିସ ସିଲ୍ କରିଛି। ବିସ୍ଫୋରଣରେ ଅନେକ ଗାଡ଼ି ଛିନଛତ୍ର ହୋଇ ପଡ଼ିଥିବା ଦେଖିବାକୁ ମିଳିଛି।  ଘଟଣାସ୍ଥଳରେ ପୁଲିସ କମିଶନର ଓ ଡିସିପି ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି।

 

Comments are closed.