Odisha Link
Bridging the Missing Links in Odisha

ସ୍ଥିତି ନିୟନ୍ତ୍ରଣରେ ଅଛି : କମିଶନର

ଭୁବନେଶ୍ବର: ଅଗ୍ନିକାଣ୍ଡ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିଜର ମନ୍ତବ୍ୟ ରଖିଛନ୍ତି। କମିଶନରଙ୍କ ହକିବା ଅନୁଯାୟୀ ପେଟ୍ରୋଲ ପମ୍ପରେ ମୋଟ ୩ଟି ଟାଙ୍କି ରହିଛି। ପେଟ୍ରୋଲ ଟାଙ୍କି, ଡିଜେଲ ଟାଙ୍କି ଓ ସିଏନ୍‌ଜି ଟାଙ୍କି ରହିଛି। ସିଏନଜି ଟାଙ୍କିରେ ନିଆଁ ଲାଗିଛି। ପେଟ୍ରୋଲ ଡିଜେଲ ଅକ୍ଷତ ଅଛି। ସ୍ଥିତି ନିୟନ୍ତ୍ରଣକୁ ଆସିଲାଣି। କିଛି ସମୟରେ ପୂରା ନିୟନ୍ତ୍ରଣ ହେବ। କିଛି ଲୋକ ଆହତ ହୋଇଛନ୍ତି ହେଲେ କେତେ ଆହତ ହେଇଛନ୍ତି ନିର୍ଦ୍ଦିଷ୍ଟ କହିହେବ ନାହିଁ। ଆହତମାନଙ୍କୁ ହସ୍ପିଟାଲ ପଠାଯାଇଛି। ପର୍ଯ୍ୟାପ୍ତ ପରିମାଣର ଆମ୍ବୁଲାନ୍ସ ବି ଅଛି। ବିସ୍ଫୋରଣ ଘଟିଥିବା ସିଏନଜି ପାଖରେ ପେଟ୍ରୋଲ ଟାଙ୍କି ରହିଛି। ସେଥିରେ ଯେମିତି ନିଆଁ ନଲାଗିବ। ଆମେ ଉଦ୍ୟମ ଚଳାଇଛୁ।

ପ୍ରକାଶ ଯେ, ରାଜଧାନୀର ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହା ଫଳରେ ଟାଙ୍କିରେ ନିଆଁ ଲାଗିଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚିଛନ୍ତି। କେଉଁ କାରଣରୁ ଟାଙ୍କିରେ ନିଆଁ ଲାଗିଲା ସେ ସମ୍ପର୍କରେ ଜଣାପଡ଼ିନାହିଁ। ଏହି ନିଆଁ ଭୟଙ୍କରଭାବେ ବହୁ ଉଚ୍ଚକୁ ଉଠିଜଳୁଥିବା ଦେଖାଯାଉଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ପ୍ରଚଣ୍ଡ ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳ ଥରିଉଠିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Comments are closed.