Odisha Link
Bridging the Missing Links in Odisha

୨୦୨୪ରେ ସରକାର କରିବୁ: ଚେଲ୍ଲା କୁମାର

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଛନ୍ତି ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଏ.ଚେଲ୍ଲା କୁମାର। ବର୍ତ୍ତମାନର ସ୍ଥିତି ଯାହା ଥିଲେ ମଧ୍ୟ, ଆମେ ୨୦୨୪ରେ ଶାସନକୁ ଫେରିବୁ। ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ଭବନରେ ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଏ.ଚେଲ୍ଲା କୁମାର ଏପରି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହେବ। କଂଗ୍ରେସ ଦଳରେ ଦକ୍ଷ ନେତା ଅଛନ୍ତି। ଆମେ ଭୋଟରଙ୍କ ପାଖରେ କାହିଁକି ପହଞ୍ଚି ପାରୁନୁ ତାହାର ତର୍ଜମା କରାଯିବ।

କଂଗ୍ରେସ କରିଥିବା ଭଲ କାମକୁ ଲୋକଙ୍କୁ କୁହାଯିବ। ଉପନିର୍ବାଚନ ପାଇଁ ରଣନୀତି ସ୍ଥିର ହେବ। ଦଳ ଭିତରେ ଭିନ୍ନମତ ଅଛି କିନ୍ତୁ ଆମେ ଗୋଟିଏ ପରିବାର ବୋଲି ଏ.ଚେଲ୍ଲା କୁମାର କହିଛନ୍ତି।

Comments are closed.