Odisha Link
Bridging the Missing Links in Odisha

କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ’

ଭୁବନେଶ୍ୱର: ରାଜ୍ୟ ପାଇଁ ଗୌରବ ଆଣିଛି ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ। ଫ୍ରାନ୍ସର କାନ୍‌ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଡିକେ ଫିଲ୍ମ ପ୍ରଯୋଜିତ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ’ ମନୋନୀତ ହୋଇଛି। କୋଭିଡ୍‌-୧୯ ଲକ୍‌ଡାଉନ୍‌ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଅନ୍ତିମ ପର୍ଯ୍ୟାୟରେ ଜୁରୀମାନଙ୍କ ଦ୍ୱାରା ମନୋନୀତ ହୋଇଛି। ୯ଗୋଟି ଦେଶ ସହିତ ଭାରତର ଚଳଚ୍ଚିତ୍ର ଏହି ଉତ୍ସବରେ ମନୋନୀତ ହୋଇଛି।

ଗଞ୍ଜାମ ହିଞ୍ଜିଳିକାଟୁର ନୃତ୍ୟକଳା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଗୁରୁ କୃଷ୍ଣଚନ୍ଦ୍ର ସାହୁଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟିକୁ ସମୀକ୍ଷକମାନେ ଦେଖି ଭୂୟସୀ ପ୍ରଶଂସା କରିଥିଲେ। ଏହି ସଫଳତା ସମ୍ପର୍କରେ ଶ୍ରୀ ସାହୁ କହିଛନ୍ତି, ସେ ବହୁତ ଖୁସି ଏବଂ ଆନନ୍ଦିତ। ଚଳଚ୍ଚିତ୍ରଟି ମହାମାରୀ ସମୟରେ ସୁରକ୍ଷିତ ରହିବା ପାଇଁ ବାର୍ତ୍ତା ଦେବା ସହ ଲକ୍‌ଡାଉନ୍‌ ଉପରେ ଆଧାରିତ ଏବଂ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାର ଜିତିଛି। ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ୮୨ଟି ଚଳଚ୍ଚିତ୍ର ମଧ୍ୟରୁ ୪ଟି ଭାରତରୁ ମନୋନୀତ ହୋଇଛି। ସେଥିରେ ‘ଅଭିଳାଷ’ ଚଳଚ୍ଚିତ୍ର ଅନ୍ୟତମ। ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌କୁ ବାତିଲ କରାଯାଇଛି। ଆୟୋଜକମାନେ ଚଳିତ ବର୍ଷର ଅଫିସିଆଲ୍‌ ସିଲେକ୍ସନ୍‌ରୁ ଫିଲ୍ମ ସ୍କ୍ରିନିଂ କରିବାକୁ ଯୋଜନା କରିଥିଲେ।

Comments are closed.