Odisha Link
Bridging the Missing Links in Odisha

କରୋନା କାଳରେ ୪୫ କୋଟି ଗ୍ରାହକଙ୍କୁ ବଡ ଆଶ୍ୱସ୍ତି ଦେଲା SBI

ନୂଆଦିଲ୍ଲୀ: କରୋନା କାଳରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ଉପଭୋକ୍ତାଙ୍କୁ ଆଶ୍ବସ୍ତି। କାରଣ ଏସବିଆଇ ସହର ଓ ଗ୍ରାମାଞ୍ଚଳ ପାଇଁ ସର୍ବନିମ୍ନ ରାଶି ସୀମା ହ୍ରାସ କରିଛି। ଏବେ ସହର ଓ ଗ୍ରାମାଞ୍ଚଳ ସହର ପାଇଁ ହାରାହାରି ମାସିକ ରାଶି ୩୦୦୦ ଟଙ୍କା ଓ ଗ୍ରାମାଞ୍ଚଳ ପାଇଁ ଏହା ୧୦୦୦ ଟଙ୍କା କରିଦିଆଯାଇଛି। ଏହା ସହିତ ନ୍ୟୁନତମ ବାଲାନ୍ସ ମେଣ୍ଟେନ ନକଲେ ଲାଗୁଥିବା ଜୋରିମାନା ରାଶିକୁ ମଧ୍ୟ କମ୍ କରିଦିଆଯାଇଛି।

ଏସବିଆଇର ଏହି ନୂଆ ନିୟମରେ ପ୍ରାୟ ୪୫ କୋଟି ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିବ। ସର୍ବନିମ୍ନ ବାଲାନ୍ସ ରକ୍ଷା ନକଲେ ୫-୧୫ ଟଙ୍କା ଚାର୍ଜ ଓ ଜିଏସଟି ଅଲଗା ଅଲଗା ଲାଗିଥାଏ। ଏସବିଆଇ ଏପ୍ରିଲ ୨୦୧୭ରେ ମିନିମମ୍ ଆଭରେଜ୍ ବାଲାନ୍ସ ଚାର୍ଜ ଲାଗୁ କରିଥିଲା। ମେଟ୍ରୋ ସହର ଯଥା ଦିଲ୍ଲୀ, ମୁମ୍ବାଇ, କୋଲାକାତା, ଚେନ୍ନାଇ ଆଦି କଥା କହିବା ତ ମିନିମମ୍ ବାଲାନ୍ସରେ ୫୦ ପ୍ରତିଶତ ହ୍ରାସ କଲେ ଫାଇନ ରୂପେ ୧୦ ଟଙ୍କା ଓ ଜିଏସଟି ଲାଗିବ। ଯଦି ସେଥିରୁ ୫୦-୭୦ ପ୍ରତିଶତ କାଟ୍ ହେଉଛି ତେବେ ଚାର୍ଜ ୧୨ ଟଙ୍କା ଓ ଜିଏସଟି ଅଲଗା ଲାଗିବ। ଯଦି ଆକାଉଣ୍ଟ ହୋଲ୍ଡରଙ୍କ ବାଲାନ୍ସ ୭୫ ପ୍ରତିଶତରୁ ଅଧିକ ହ୍ରାସ ହୁଏ ତେବେ ଜୋରିମାନା ରୂପେ ୧୫ ଟଙ୍କା ଓ ଜିଏସଟି ଲାଗିବ।

ଏହା ବ୍ୟତୀତ ଏସ୍‌ବିଆଇ ୧ ଅକ୍ଟୋବରରୁ ଟ୍ୟାକ୍ସ କଲେକ୍ଟେଡ୍ ଏଟ୍ ସୋର୍ସକୁ ମଧ୍ୟ ଲାଗୁ କରିଛି। ଏଥିରେ ବର୍ଷକରେ ୭ ଲକ୍ଷରୁ ଅଧିକ ଟଙ୍କା ପ୍ରେରଣରେ ଏହା ଲାଗୁ ହେବ।

Comments are closed.