Odisha Link
Bridging the Missing Links in Odisha

ରିପବ୍ଲିକ୍ ଟିଭି ସିଏଫଓଙ୍କୁ ସମନ

ମୁମ୍ବାଇ: ଟିଆରପି ଜାଲିଆତି ମାମଲାରେ ରିପବ୍ଲିକ ଟିଭିକୁ ମୁମ୍ବାଇ ପୁଲିସର ସମନ। ରିପବ୍ଲିକ୍ ଟିଭିର ଚିଫ ଫାଇନାନ୍ସ ଅଫିସର ଶିବା ସୁବ୍ରମଣ୍ୟମ ସୁନ୍ଦରମଙ୍କୁ ହାଜର ହେବା ପାଇଁ ସମନ କରିଛି ମୁମ୍ବାଇ ପୁଲିସ। ଆଜି ମୁମ୍ବାଇ ପୁଲିସ କମିସନରଙ୍କ କାର୍ଯ୍ୟାଳୟରେ ହାଜର ହେବେ ଏସ୍ଏସ୍ ସୁନ୍ଦରମ୍। ଟିଆରପି ଜାଲିଆତି ନେଇ ରିପବ୍ଲିକ୍ ଟିଭିର ସିଏଫଓଙ୍କୁ ପଚରା ଉଚରା କରିବ ମୁମ୍ବାଇ ପୁଲିସ।

ଟିଭି ରେଟିଂ ପଏଣ୍ଟରେ ଜାଲିଆତି ପାଇଁ ରିପବ୍ଲିକ୍ ଟିଭ ଓ ଅନ୍ୟ ଦୁଇ ଆଞ୍ଚଳିକ ଟିଭି ନାଁରେ ଭାରତୀୟ ପିଙ୍ଗଲ କୋଡର ଧାରା ୪୨୦, ୪୦୯, ୧୨୦ –ବି ଓ ୩୪ ଧାରରେ ମାମଲା ରୁଜୁ କରାଯାଇଛି। ଗତକାଲି ଅନ୍ୟ ଦୁଇଟି ଟିଭ ଚ୍ୟାନେଲର ମାଲିକ ସମେତ ମୋଟ ୪ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ।

ଏହି ମାମଲାରେ ରିପବ୍ଲିକ ଟିଭି କହିଛି, ଟିଆରପି ଜାଲିଆତି ନେଇ ରିପବ୍ଲିକ୍ ଟିଭର ନାଁ ନାହିଁ। ଇଣ୍ଡିଆ ଟୁଡେ ନାମକ ଏକ ଚ୍ୟାନେଲ ନାମରେ ଏତଲା ଦିଆଯାଇଥିବା ବେଳେ ସରକାରଙ୍କ ଉପରେ ପ୍ରଶ୍ନ ଉଠାଉଥିବାରୁ ସରକାରଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଯାଇ ରିପବ୍ଲିକ ଟିଭିକୁ ମୁମ୍ବାଇ ପୁଲିସ ଟାର୍ଗେଟ କରୁଛି।

Comments are closed.