୧୭ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ଆଲର୍ଟ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବା ପରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଆଜି ପୂର୍ବାହ୍ନ ୧୧ଟା ଯାଏଁ ୧୭ ଜିଲାକୁ ଘଡଘଡି ସହ ବର୍ଷା, ବଜ୍ରପାତ ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଆଲର୍ଟ ଜାରି ଜିଲା ଗୁଡ଼ିକ ହେଲା କନ୍ଧମାଳ, ବୌଦ୍ଧ, ଜଗତସିଂହପୁର, କଟକ ସମେତ କଟକ ଜିଲା , ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲା, ରାୟଗଡ଼ା ଯାଜପୁର, ସୁବର୍ଣ୍ଣପୁର, ମୟୁରଭଞ୍ଜ, ଭଦ୍ରକ, ଅନୁଗୁଳ,ସମ୍ବଲପୁର, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ ଓ ମାଲକାନଗିରିକୁ ସତର୍କ ସୂଚନା ଜାରି କରାଯାଇଛି।
ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର। ଦୁଇ ଦିନ ପରେ ୧୭ ତାରିଖରେ ଆଉ ଏକ ଲଘୁଚାପର ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନ ଧରି ଦକ୍ଷିଣ ଓଡିଶାର ଅନେକ ଅଞ୍ଚଳରେ ବର୍ଷା ହୋଇଥିଲା। ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାରେ ବର୍ଷାର ପ୍ରକୋପ ଅଧିକ ଥିଲା। ଅକ୍ଟୋବର ମାସରେ ସାଇକ୍ଲୋନର ଆଶଙ୍କା ଥିବାରୁ ଲୋକଙ୍କୁ ଏନେଇ ଆଗୁଆ ସୂଚନା ଦିଆଯିବ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।