Odisha Link
Bridging the Missing Links in Odisha

କଟକ ନାବାଳିକା ଦୁଷ୍କର୍ମ: ଘଟଣା ସ୍ଥଳରୁ ମଦ, କଣ୍ଡୋମ୍ ଓ ନିଶା ଇଂଜେକସନ୍ ଜବତ

କଟକ: କଟକ ଚାଉଳିଆଗଞ୍ଜ ଥାନା ଗତିରାଉତପାଟଣାରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେରେ ଆଉ ଜଣେ ଅଭିଯୁକ୍ତ ଗିରଫ। ଘଟଣା ସ୍ଥଳରୁ ମଦ, କଣ୍ଡୋମ୍ ଓ ନିଶା ଇଂଜେକସନ୍ ଜବତ। ଏତଲାର ୨୪ ଘଣ୍ଟା ଭିତରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ୨ ଜଣ ଅଭିଯୁକ୍ତଙ୍କୁ ଗିରଫ ନେଇ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କଟକ ଡିସିପି ପ୍ରତୀକ ସିଂହ ଓ ଇନସ୍ପେକ୍ଟର୍ ତାପସ ପ୍ରଧାନଙ୍କୁ ସାଧୁବାଦ ଜଣାଇଛନ୍ତି।

ସେ ନିଜର ଟୁଇଟରରେ ଉଭୟଙ୍କୁ ସାଧୁବାଦ ଜଣାଇବା ସହ ଶୀଘ୍ର ତଦନ୍ତ ସାରି ଅଭିଯୋଗ ପତ୍ର ଦାଖଲ କରାଯିବ ଓ ପୀଡ଼ିତାଙ୍କୁ ନ୍ୟାୟ ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ଉଲ୍ଲେଖ କରିଛନ୍ତି।

ଗତକାଲି ଚାଉଳିଆଗଞ୍ଜ ଥାନାରେ ମାମଲା ଦାୟର ହୋଇଥିଲ। ଟିମ୍ ଗଠନ କରି ତଦନ୍ତ କରାଯାଇଥିଲା। ସାଇଣ୍ଟିଫିକ୍ ଟିମ୍‌ ଓ ଚାଉଳିଆଗଞ୍ଜ ପୁଲିସ ଘଟଣାସ୍ଥଳ ଯାଞ୍ଚ କରିବା ସମୟରେ ଚିକେନ୍ କାଉଣ୍ଟର ଭିତରୁ ମଦ ବୋତଲ, କଣ୍ଡମ୍‌, ନିଶା ଇଂଜେକସନ ଜବତ କରାଯାଇଛି।

ସୂଚନା ଅନୁସାରେ ଜଣେ ନାବାଳିକାଙ୍କୁ ଘରେ ଛାଡ଼ିଦେବା କହି ଅପହରଣ କରିଥିଲେ। ଏବଂ ୨୨ଦିନ ଧରି ପରିତ୍ୟକ୍ତ କୁକୁଡା ଫାର୍ମରେ ଯୌନଶୋଷଣ କରିଥିଲେ ଦୁର୍ବୃତ୍ତ।

Comments are closed.