Odisha Link
Bridging the Missing Links in Odisha

କଟକ ନାବାଳିକା ଗଣଦୁଷ୍କର୍ମ: ଚିକେନ୍ ବିକୁଥିଲେ ଅଭିଯୁକ୍ତ ଟିକି ଓ ରାକା

କଟକ: କଟକ ନାବାଳିକା ଦୁଷ୍କର୍ମ ଘଟଣାର୨ ଜଣ ଅଭିଯୁକ୍ତ ଗିରଫ। ୨ ଜଣ ଅଭିଯୁକ୍ତ ହେଲେ ଟିକି ଓ ରାକା। ପାଟଣା ଗ୍ରାମର ଦୁଇ ଅଭିଯୁକ୍ତ ସନ୍ତୋଷ କୁମାର ବେହେରା ଓରଫ ଟିକି ଏବଂ ରାକା। ଏହି ଦୁଇ ଅଭିଯୁକ୍ତ ଦିନରେ ରଙ୍ଗ ମିସ୍ତ୍ରୀ କାମ କରୁଥିବାବେଳେ ପ୍ରାୟ ଚାରି ମାସ ପୂର୍ବରୁ ରାସ୍ତାକଡ଼ରେ ଏକ ଚିକେନ୍ କାଉଣ୍ଟର କରି ଚିକେନ୍ ବିକୁଥିଲେ ଥିଲେ। ଗତକାଲି ସାଇଣ୍ଟିଫିକ୍ ଟିମ୍‌ ଓ ଚାଉଳିଆଗଞ୍ଜ ପୁଲିସ ଘଟଣାସ୍ଥଳ ଯାଞ୍ଚ କରିବା ସମୟରେ ଚିକେନ୍ କାଉଣ୍ଟର ଭିତରୁ ମଦ ବୋତଲ, କଣ୍ଡମ୍‌, ନିଶା ଇଂଜେକସନ ଜବତ କରାଯାଇଛି।

ଏହି ଚିକେନ୍ କାଉଣ୍ଟରଟି ସନ୍ଧ୍ୟା ପର ଠାରୁ ବନ୍ଦ ହୋଇ ଯାଉଥିଲା। ରାସ୍ତା ପଟକୁ ଚିକେନ କାଉଣ୍ଟର ଥିବାବେଳେ ଏହାର ପଛପଟେ ତାଳଦଣ୍ଡା କେନାଲକୁ ଲାଗି ଗୋଟିଏ ଛୋଟ ଅସ୍ଥାୟୀ ଘର କରାଯାଇଥିଲା। ସନ୍ତୋଷ ଏବଂ ରାକା ବିଭିନ୍ନ ସମୟରେ ଦେହଜୀବୀମାନଙ୍କୁ ଏଠାକୁ ଆଣୁଥିଲେ। ଏଥିସହ କିଛି ନିର୍ଦ୍ଦିଷ୍ଟ ଗରାଖ ସେଠାକୁ ଆସୁଥିବାବେଳେ କିଛି ସ୍ଥାନୀୟ ଯୁବକଙ୍କୁ ହାତରେ ରଖି ସେମାନେ ରୀତିମତ ଦେହ ବ୍ୟବସାୟ ଚଳାଇ ଆସୁଥିଲେ।

ରାକା ଓ ସନ୍ତୋଷଙ୍କ ଗରାଖ ତାଲିକାରେ ଟ୍ରକ୍‌ ଓ ଗାଡ଼ି ଡ୍ରାଇଭର, କଲେଜ ପଢୁଥିବା ଛାତ୍ର ବି ଥିବା ପୁଲିସକୁ ସୂଚନା ମିଳିଛି। ବିଳମ୍ବିତ ରାତିରେ ସେହି ଘରେ ଏଭଳି କାରବାର ଚାଲୁଥିବାରୁ ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଜାଣି ପାରୁନଥିଲେ। ଚାଉଳିଆଗଞ୍ଜ ପୁଲିସ ପ୍ରଥମେ ରାକାକୁ ଧରିଥିବା ‌ବେଳେ ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅନ୍ୟତମ ଅଭିଯୁକ୍ତ ସନ୍ତୋଷକୁ ମଧ୍ୟ ଗିରଫ କରିବାକୁ ସକ୍ଷମ ହୋଇଥିଲା।

ସୂଚନାଯୋଗ୍ୟ, କଟକ ଗତିରାଉତପାଟଣା ଅଞ୍ଚଳରେ ଏକ ଚିକେନ୍ କାଉଣ୍ଟରରେ ୨୨ ଦିନ ଧରି ଦୁଇ ଜଣ ଯୁବକ ଜଣେ ତିର୍ତ୍ତୋଲ ଅଞ୍ଚଳର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ।

Comments are closed.