Odisha Link
Bridging the Missing Links in Odisha

ଆଜି ବିଶ୍ୱ ହାତ ଧୁଆ ଦିବସ

ଭୁବନେଶ୍ୱର: ଆଜି ବିଶ୍ୱ ହାତ ଧୁଆ ଦିବସ। ୨୦୦୮ରୁ ପ୍ରତି ବର୍ଷ ଅକ୍ଟୋବର‌ ୧୫ରେ ପାଳିତ ହେଉଛି ‘ବିଶ୍ୱ ହାତ ଧୁଆ ଦିବସ’। ନିୟମିତ ସାବୁନରେ ହାତ ସଫା କଲେ ବିଭିନ୍ନ ମାରାତ୍ମକ ନିମୋନିଆ, ଡାଇରିଆ ଆଦି ହେବାର ଆଶଙ୍କା ୨୫-୫୦ ପ୍ରତିଶତ ହ୍ରାସ ପାଇଥାଏ। ଏଥିସହ କରୋନା ମହାମାରୀ କାରଣରୁ ଚଳିତ ବର୍ଷ ବିଶ୍ୱ ହାତ ଧୁଆ ଦିବସରେ ହାତ ଧୁଆକୁ ପ୍ରାଥମିକତା ଦିଆଯାଉଛି।

ପ୍ରତି ବର୍ଷ ବିଶ୍ୱରେ ପାଞ୍ଚ ବର୍ଷରୁ କମ୍‌ ବୟସ୍କ ୩୫ ଲକ୍ଷ ଶିଶୁ ନିମୋନିଆ, ଡାଇରିଆରେ ଜୀବନ ଯାଉଛି। ଏନେଇ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ।ନିୟମିତ ସାବୁନରେ ହାତ ସଫା କଲେ ବହୁ ସ˚କ୍ରାମକ ରୋଗ ହୁଏନାହିଁ। ବିଦ୍ୟାଳୟରେ ଏନେଇ ସଚେତନତା ସୃଷ୍ଟିକୁ ପ୍ରାଥମିକତା ଦିଆଯାଉଛି।

Comments are closed.