Odisha Link
Bridging the Missing Links in Odisha

ସପିଂ ମଲ୍‌ରେ ଅଗ୍ନିକାଣ୍ଡ

ମୟୂରଭଞ୍ଜ: ସପିଂ ମଲ୍‌ରେ ଅଗ୍ନିକାଣ୍ଡ। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଶର୍ମା ହୋଟେଲ ଛକ ନିକଟରେ ଥିବା ଏକ ସପିଂ ମଲ୍‌ରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ବିଳମ୍ବିତ ରାତି ପ୍ରାୟ ୩ଟାରେ ସମୟରେ ଘଟିଥିବା ଜଣାପଡିଛି। ସପିଂ ମଲ୍‌ର ପ୍ରାୟ ୧୦ରୁ ୧୨ଟି ଦୋକାନ ଘରେ ନିଆଁ ଲାଗିଛି। ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇ ୩ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନି। ତେବେ ବିଦ୍ୟୁତ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ସୂଚନା ମୁତାବକ, କୌଣସି କାରଣରୁ ପ୍ରାୟ ୩ଟାରେ ମଲ୍‌ରେ ନିଆଁ ଲାଗି ଯାଇଥିଲା। ସକାଳ ୭ଟା ସୁଦ୍ଧା ନିଆଁ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସି ନ ଥିବା ଜଣାଯାଇଛି। କେଉଁ କାରଣରୁ କିପରି ସପିଂ ମଲରେ ନିଆଁ ଲାଗିଥିଲା ତାହା ସ୍ପଷ୍ଟ ହୋଇ ନାହିଁ। ଏହି ଅଗ୍ନିକାଣ୍ଡରେ କେତେ ପରିମାଣର ସାମଗ୍ରୀ ଓ ଆସବାପତ୍ର ନଷ୍ଟ ହୋଇଛି ତାହା ମଧ୍ୟ ଜଣାପଡ଼ିନାହିଁ।

 

Comments are closed.