Odisha Link
Bridging the Missing Links in Odisha

ବର୍ଷା ବିଭିଷୀକା: ଆନ୍ଧ୍ର, ତେଲେଙ୍ଗାନାରେ ୩୦ ମୃତ

ତେଲେଙ୍ଗାନା: ଲଗାଣ ବର୍ଷା କାରଣରୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଇଛି। ବର୍ଷା କାରଣରୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବାସହ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷା ଫଳରେ ତେଲେଙ୍ଗାନାରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି।

ଏବେ ବି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ହଜାର ହଜାର ଲୋକ ପାଣି ଘେରରେ ଫଶି ରହିଛନ୍ତି। ଏନ୍‌ଡିଆରଏଫ୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ସଚିବ ସୋମେଶ କୁମାର ରାଜ୍ୟରେ ବନ୍ୟା ସ୍ଥିତି ସମୀକ୍ଷା କରିବା ପରେ ୨ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି। ସ୍କୁଲ୍‌, କଲେଜ ସମେତ ସବୁ ଅଫିସ୍‌ ବନ୍ଦ ରହିଛି।

Comments are closed.