Odisha Link
Bridging the Missing Links in Odisha

ହସ୍ପିଟାଲ୍‌ରେ ଅନୁପ ସାଏ

ଝାରସୁଗୁଡ଼ା: ହସ୍ପିଟାଲ୍‌ରେ ଅନୁପ ସାଏ। କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ଼ ଉଚ୍ଚ ନ୍ୟାୟାଳୟ ଦୁଇମାସ ପାଇଁ ଅନ୍ତରୀଣ ଜାମିନ ଦେଇଛି। ଜାମିନ ମିଳିବା ପରେ ଅନୁପ ସାଏ ଏବେ ବିଳାସପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗତ ସେପ୍ଟେମ୍ବର ୨୫ ତାରିଖରେ ଅନୁପ ସାଏଙ୍କୁ ଜାମିନ ମିଳିଥିବା ଜଣାଯାଇଛି। ୨୫ ହଜାର ଟଙ୍କା ଜୋରିମାନାରେ ଦୁଇମାସ ପାଇଁ ଅନ୍ତରୀଣ ଜାମିନ ମିଳିଛି।

ସୂଚନାଯୋଗ୍ୟ, କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଛତିଶଗଡ଼ ରାଜ୍ୟର ରାୟଗଡ଼ସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ପୂର୍ବତନ ବିଧାୟକ ଅନୁପ ସାଏ ଜେଲ୍ ଯାଇଥିଲେ। ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅନ୍ତର୍ଗତ ସମ୍ବଲପୁରୀ ବଙ୍ଗୁରସିଆ ଠାରେ ଘଟିଥିବା ଡବଲ ମର୍ଡର ଘଟଣାରେ ଜେଲ୍ ଯାଇଥିଲେ ଅନୁପ। ପ୍ରେମ ସମ୍ପର୍କ, ସମ୍ପତ୍ତି ଓ ବିବାହ ପାଇଁ ଜିଦ ଯୋଗୁଁ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ଚକ୍ରଧରନଗର ଥାନା ଏସପି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଉପସ୍ଥାପନ କରିଥିଲେ ପ୍ରକାଶ କରିଥିଲେ।

Comments are closed.