Odisha Link
Bridging the Missing Links in Odisha

୪୪୦୦ ବଟିକା ଓ ୫୦୦ ଇଞ୍ଜେକ୍‌ସନ ସହ ବାଇକ ଜବତ, ୨ଗିରଫ

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରାଞ୍ଚଳରୁ ପୁଲିସ ୪୪୦୦ ବଟିକା ଓ ୫୦୦ ଇଞ୍ଜେକ୍‌ସନ୍‌ ସହ ଏକ ବାଇକ୍‌ ଜବତ କରିଛି।

ଏହି ବେଆଇନ କାରବାର ସହିତ ଜଡ଼ିତ ୨ ଜଣ ଅଭିଯୁକ୍ତକୁ ମଧ୍ୟ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବିନୋଦ ସାହୁ ଓ ବିଜୟ କୁମାର ପାତ୍ର।

ନିଶା ବଟିକା କରାବାର ନେଇ ଏସ୍‌ଡିପିଓ ଦିଲୀପ ଦାସ ଗୋଟିଏ କେଶରୁ ସାମାନ୍ୟ ସୁରାକ ପାଇଥିଲେ। ଏହି କାରବାରରେ ସମ୍ପୃକ୍ତ ବେପାରୀମାନଙ୍କ ନିକଟକୁ ପହଂଚିବା ପାଇଁ କିଛି ଦିନ ହେବ ପ୍ରୟାସ ଚଳାଇ ଥିଲେ।

ଏନେଇ ଓରିଏଣ୍ଟ ପୁଲିସ ପକ୍ଷରୁ ତୀକ୍ଷଣ୍‌ ନଜର ରାକି ଚଳାଇଥିବା ପ୍ରୟାସ ଗତକାଲି ସଫଳ ହୋଇଥିବା ଏସଡିପିଓ ଦିଲ୍ଲୀପ ଦାସ ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ନିଶା କାରବାର ଅଭିଯୋଗରେ ଓରିଏଣ୍ଟ ଥାନା ଅନ୍ତର୍ଗତ ମଣ୍ଡାଳିଆ ଏଲସିଏଚ କଲୋନିରେ ରହୁଥିବା ବିନୋଦ ସାହୁ(୪୧) ଓ ରାଜଗାଙ୍ଗପୁର ଲିପଲୋଇର ବିଜୟ କୁମାର ପାତ୍ର(୨୭)କୁ ପୁଲିସି ଗିରଫ କରିଛି।

Comments are closed.