Odisha Link
Bridging the Missing Links in Odisha

ଅଳ୍ପକେ ବର୍ତ୍ତିଲେ ରଣବୀର, ଭିଡ଼ିଓ ଭାଇରାଲ

ମୁମ୍ବାଇ: ଆଜି ବଲିଉଡ଼ ଅଭିନେତା ରଣବୀର ସିଂହ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ସେ ନିଜ ଘରକୁ ଗାଡ଼ିରେ ଫେରୁଥିବା ବେଳେ ଗୋଟିଏ ବାଇକ୍‌ ତାଙ୍କ କାର୍‌କୁ ଧକ୍କା ଦେଇଥିଲା। ଯାହାଫଳରେ କିଛି ସମୟ ପାଇଁ ଟ୍ରାଫିକ ଜାମ ହୋଇଥିଲା।

ଏହାପରେ ରଣବୀର ଗାଡ଼ିରୁ ଓହ୍ଲାଇ ଦୁର୍ଘଟଣାରେ କ’ଣ କ୍ଷୟକ୍ଷତି ହୋଇଛି, ତା’ର ଯାଞ୍ଚ କରିଥିଲେ। ସୌଭାଗ୍ୟବଶତଃ ଏହା ଏକ ଛୋଟ ଧରରଣ ଦୁର୍ଘଟଣା ଓ ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ।

https://www.instagram.com/p/CGXD5JnALAh/?igshid=1rzogv5w6mvhd

ରଣବୀର ଗାଡ଼ିରୁ ଓହ୍ଲାଇ ଦୁର୍ଘଟଣାର ଯାଞ୍ଚ କରିବା ବେଳର ଭିଡିଓ ଜଣେ ବ୍ୟକ୍ତି ରେକର୍ଡ କରିଛନ୍ତି। ଏହା ଏବେ ଭାଇରାଲ ହେବାରେ ଲାଗିଛି।

Comments are closed.