Odisha Link
Bridging the Missing Links in Odisha

ସାଂସଦ ଚନ୍ଦ୍ରାଣୀ ମୁର୍ମୁ ସେକ୍ସ ଭିଡିଓ ମାମଲା, ଓଟିଭି ସାମ୍ବାଦିକ ସଂପୃକ୍ତ !

ଭୁବନେଶ୍ବର: ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ଭୁବନେଶ୍ବର ସ୍ଥିତ ତାଙ୍କ ଘର ନିକଟରୁ ଆଜି ଅପରାହ୍ଣରେ କେନ୍ଦୁଝର ପୁଲିସ ଉଠାଇ ନେଇଥିଲା। ଏପରିକି ତାଙ୍କ ଫୋନ୍‌ ମଧ୍ୟ ଛଡ଼ାଇ ନେଇଥିଲା ପୁଲିସ। ଏ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଗଣମାଧ୍ୟମରେ ନୂଆ ତଥ୍ୟ ଆସିଛି। ପୁଲିସ ପକ୍ଷରୁ କୌଣସି ସୂଚନା ମିଳି ନଥିଲେ ବି ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଭାଇରାଲ୍‌ ଭିଡିଓ ମାମଲାରେ ତାଙ୍କର ସଂପୃକ୍ତ ଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଚନ୍ଦ୍ରାଣୀଙ୍କ ସେକ୍ସ ଭିଡିଓ ଭାଇରାଲ୍‌ କରିବା ଅଭିଯୋଗରେ ସୀମାଞ୍ଚଳ ପାତ୍ର ନାମରେ ଅନ୍ୟ ଜଣେ ଓଟିଭି ସାମ୍ବାଦିକ ପୂର୍ବରୁ ଗିରଫ ହୋଇଥିଲେ। ମିଳିଥିବା ସୂଚନା ଅନୁସାରେ ସେଇ ଭିଡିଓ ଭାଇରାଲ୍‌ ଘଟଣାରେ ରମେଶଙ୍କ ସଂପୃକ୍ତି ନେଇ ପୁଲିସ ତାଙ୍କର ଆିପି ଆଡ୍ରେସ୍‌ ଟ୍ରାକ୍‌ କରିଥିଲା। ଏ ନେଇ ପଚରାଉଚରା ପାଇଁ ରମେଶଙ୍କୁ ପୂର୍ବରୁ ପୁଲିସ ନୋଟିସ୍‌ ଦେଇଥିଲା ବୋଲି ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି। ସେହି ମାମଲାରେ ଆଜି ତାଙ୍କୁ ପୁଲିସ ଉଠାଇ ନେଇ ସଂଧ୍ୟାରେ ପୁଣି ଛାଡ଼ି ଦେଇଛି। ତାଙ୍କ ଘର ଓ କାର୍ଯ୍ୟାଳୟରେ ପୁଲିସ ଚଢ଼ାଉ କରିଥିବା ବେଳେ ହାର୍ଡ ଡ୍ରାଇଭ୍‌ ଓ ଅନ୍ୟ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି।

Comments are closed.