Odisha Link
Bridging the Missing Links in Odisha

ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ: ଭୋଟ୍‌ ଦେଲେ ନରେନ୍ଦ୍ର ମୋଦି

ଓଏଲ୍‌ ବ୍ୟୁରୋ: ଦେଶରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ମତଦାନ କରୁଛନ୍ତି ଦେଶବାସୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ବହୁ ସଂଖ୍ୟାରେ ମତଦାନ କରିବାକୁ ନିବେଦନ କରିଛନ୍ତି। ମୋଦି ତାଙ୍କର ଭୋଟ୍‌ ଦେଇ ସାରିଲେଣି। ଗୁଜୁରାଟର ଅହମ୍ମଦାବାଦର ଏକ ମତଦାନ ବୁଥରେ ଭୋଟ୍ ଦେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଆଜି ତୃତୀୟ ପର୍ଯ୍ୟାୟ ମତଦାନ। ଆମ ଦେଶରେ ‘ଦାନ’ର ମହତ୍ତ୍ବ ରହିଛି। ତେଣୁ ଦେଶବାସୀ ଯଥାସମ୍ଭବ ସୋମାନଙ୍କ ମତଦାନ କରିବା ଉଚିତ୍। ଆଗକୁ ଆସୁଛି ୪ର୍ଥ ପର୍ଯ୍ୟାୟ ଭୋଟ୍‌।”

ଆଜି ତୃତୀୟ ପର୍ଯ୍ୟାୟ ମତଦାନ ୧୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହେଉଛି। ୧୦ଟି ରାଜ୍ୟ ତଥା ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ୍ ଚାଲିଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ବ୍ୟତୀତ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା, ଏନସିପି (ଶରଧାଚନ୍ଦ୍ର ପାୱାର), ସୁପ୍ରିୟା ସୁଲେ ଏବଂ ସମାଜବାଦୀ ପାର୍ଟି ନେତା ଡିମ୍ପଲ ଯାଦବଙ୍କ ସମେତ ଅନେକ ବଡ଼ ବ୍ୟକ୍ତିଙ୍କ ନାମ ରହିଛି।

Leave A Reply

Your email address will not be published.