Odisha Link
Bridging the Missing Links in Odisha

କଟକ ସହରରୁ ୧୧୨ କରୋନା ପଜିଟିଭ୍‌ ଚିହ୍ନଟ

କଟକ: ଆଜି କଟକ ସହରରୁ ମୋଟ ୧୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ କ୍ବାରେଣ୍ଟାଇନରୁ ୫୯ ଜଣ ଓ ସ୍ଥାନୀୟ ଅଂଚଳରୁ ୫୩ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୨ ଜଣ କରୋନା ଯୋଦ୍ଧା, ୨୦ ଜଣ ପୁରୁଷ ଓ ୬ ଜଣ ମହିଳା ଅଛନ୍ତି।

ସେହିଭଳି ଗୃହ ସଂଗରୋଧରୁ ୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଶିଖରପୁରରୁ ୬ ଜଣ, ଚାଉଳିଆଗଂଜରୁ ୫ ଜଣ, ବିଡ଼ାନାସୀ, ନୟାବଜାର, ଜଗତପୁର, ଚହଟନଗରରୁ ୩-୩ ଜଣ କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି।

Comments are closed.