Odisha Link
Bridging the Missing Links in Odisha

ପାରିବାରିକ କଳହରୁ ଭାଇକୁ ହତ୍ୟା କଲା ଭାଇ

ଚଣ୍ଡିଖୋଲ: ପାରିବାରିକ କଳହରୁ ଭାଇ ନିଜ ଭାଇକୁ ହତ୍ୟା କରିଛି । ମୃତ ଯୁବକ ଜଣକ ହେଲେ ଉତ୍ସବ ସେଠି। ଏହି ଘଟଣାଟି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ବନମାଳୀପୁର ଅଞ୍ଚଳରେ ଘଟିଛି ।

ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୁଲିସ ତଦନ୍ତ କରି ଥିବା ବେଳେ ପୁଲିସ ଏ ହତ୍ୟାକାଣ୍ଡରେ ଉତ୍ସବଙ୍କ ସମ୍ପର୍କୀୟ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ ପ୍ରଶାନ୍ତ ସେଠି।

ପାରିବାରିକ ଶତ୍ରୁତା ପାଇଁ ହତ୍ୟାକାଣ୍ଡ ରଚିଥିଲା ସମ୍ପର୍କୀୟ ଭାଇ, ପ୍ରଶାନ୍ତ ନିକଟରୁ ମାରଣାସ୍ତ୍ର ଜବତ କରିଥିବା ବେଳେ ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସ୍‌ଡିପିଓ କହିଛନ୍ତି।

Comments are closed.