Odisha Link
Bridging the Missing Links in Odisha

ପାକିସ୍ତାନ ଆତଙ୍କବାଦୀ ଓ ଅସ୍ତ୍ରଶସ୍ତ୍ର ପଠାଇବାକୁ ଜୋରାଦାର ଉଦ୍ୟମ କରୁଛି: ଭାରତ

ନୂଆଦିଲ୍ଲୀ: ଭାରତକୁ ଆତଙ୍କିତ କରି ରଖିବା ପାଇଁ ପାକିସ୍ତାନ ଅନେକ ସମୟ ଚେଷ୍ଠା କରିଥାଏ । ସେ ଅନେକ ସମୟରେ ଆତଙ୍କବାଦୀ ଓ ଅସ୍ତ୍ରଶସ୍ତ୍ର ଭାରତକୁ ମଧ୍ୟ ପଠାଇ ଥାଏ । ତେବେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ ଆଜି ସୂଚନା ଦେଇଛନ୍ତି ପାକିସ୍ତାନ ଶୀତ ଆସିବା ପୂର୍ବରୁ ଆତଙ୍କବାଦୀ ଓ ଅସ୍ତ୍ରଶସ୍ତ୍ର ଭାରତକୁ ପଠାଇବାକୁ ଜୋରାଦାର ଉଦ୍ୟମ କରୁଛି।

ତେବେ ପାକିସ୍ତାନ ଚଳାଇଥିବା ଏହି ସାଂଘାତିକ ଷଡ଼ଯନ୍ତ୍ରକୁ ଭାରତୀୟ ସେନା ଭଣ୍ଡୁର କରିବାରେ ଲାଗିଛି।

ଏଥିସହ ଏହି ଉଦ୍ୟମର ଜୋରଦାର ଜବାବ ମଧ୍ୟ ଭାରତୀୟ ସେନା ପକ୍ଷରୁ ଦିଆଯାଉଛି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ପାକିସ୍ତାନ ତା’ର ପ୍ରକୃତିରେ କୌଣସି ସୁଧାର ଆଣିନାହିଁ।

ବାରମ୍ବାର ପାକିସ୍ତାନ ଆତଙ୍କବାଦୀଙ୍କୁ ସହଯୋଗୀ କରି ଭାରତରେ ଅନୁପ୍ରବେଶ କରାଇବାକୁ ଚେଷ୍ଟା କରୁଛି। ହେଲେ ଆମେ ଏଥିପାଇଁ ପ୍ରସ୍ତୁତ ରହିଛୁ। ପାକିସ୍ତାନର ସବୁ ଉଦ୍ୟମକୁ ଭଣ୍ଡୁର କରି ଉଚିତ ଜବାବ ମଧ୍ୟ ଦେଉଛୁ ବୋଲି ସେ କହିଛନ୍ତି।

ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୧୫ ମଧ୍ୟରେ ୧୭ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଖତମ କରିଛନ୍ତି। ଏମାନଙ୍କ ମଧ୍ୟରେ ୩ ଜଣ ବିଦେଶୀ ଆତଙ୍କବାଦୀ ରହିଛନ୍ତି।

Comments are closed.