Odisha Link
Bridging the Missing Links in Odisha

ଅଭିନେତା ବିବେକ ଓବରଏଙ୍କ ଘରେ ପୁଲିସ ଚଢ଼ାଉ

ମୁମ୍ବାଇ: ବଲିଉଡ଼ରେ ଡ୍ରଗ୍ସର ଗୁମର ଦିନକୁ ଦିନ ଫିଟିବାରେ ଲାଗିଛି । ଏନସିବି ଅନେକ କଳାକାରଙ୍କୁ ସମନ ପଠେଇ ସାରିଛନ୍ତି ଓ ପଚରା ଉଚରା ମଧ୍ୟ କରିଛନ୍ତି ।

ତେବେ ଅଭିନେତା ବିବେକ ଓବେରୟଙ୍କ ମୁମ୍ବାଇସ୍ଥିତ ଘରେ ବେଙ୍ଗାଲୁରୁ ପୁଲିସର ଦୁଇଜଣ ଇନ୍ସପେକ୍ଟର ଚଢ଼ାଉ କରିଛନ୍ତି। ଏହି ଚଢ଼ାଉ ବିବେକ ଓବରଏଙ୍କ ଶଳା ଆଦିତ୍ୟ ଅଲଭାଙ୍କର ଚନ୍ଦନକାଠ ଡ୍ରଗ୍ସ କାରବାରରେ ସଂପୃକ୍ତି ରହିଛି।

ଆଦିତ୍ୟ ଅଲଭାଙ୍କୁ ଖୋଜିବା ଲାଗି ବେଙ୍ଗାଲୁରୁ ପୁଲିସ ସର୍ଚ୍ଚ ଓ୍ବାରେଣ୍ଟ ନେଇ ବିବେକ ଓବେରୟଙ୍କ ଜୁହୁସ୍ଥିତ ଘରେ ପହଞ୍ଚି ଥିଲା। ମଧ୍ୟାହ୍ଣ ୧ଟା ବେଳେ ପୁଲିସ ବିବେକଙ୍କ ଜୁହୁସ୍ଥିତ ବାସଭବନରେ ପହଞ୍ଚିଥିଲା ଓ ପ୍ରାୟ ଅଢ଼େଇଘଣ୍ଟା ଧରି ସର୍ଚ୍ଚ ଅପରେସନ୍ ଚଳାଇଥିଲା।

ଏହି ଘଟଣାକୁ ନେଇ ପୁଲିସ ଅଧିକାରୀ କହିଛନ୍ତି, ଆଦିତ୍ୟ ଅଲଭା ଫେରାର ଅଛନ୍ତି। ଆଦିତ୍ୟ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜୀବରାଜ ଅଲଭାଙ୍କ ପୁଅ। ତାଙ୍କ ଭଉଣୀ ପ୍ରିୟଙ୍କା ବିବେକ ଓବରଏଙ୍କୁ ବିବାହ କରିଛନ୍ତି।

ପୁଲିସକୁ ସୂଚନା ମିଳିଥିଲା ଯେ ଆଦିତ୍ୟ ଭିଣୋଇ ବିବେକଙ୍କ ଘରେ ଲୁଚି ରହିଛନ୍ତି। ଏଥିପାଇଁ କୋର୍ଟରୁ ଓ୍ବାରେଣ୍ଟ ନିଆଯାଇଥିଲା ଏବଂ କ୍ରାଇମ ବ୍ରାଞ୍ଚର ଟିମ୍ ବେଙ୍ଗାଲୁରୁରୁ ମୁମ୍ବାଇ ଆସି ତାଙ୍କ ଘର ଉପରେ ଅତର୍କିତ ଚଢ଼ାଉ କରିଥିଲା।

ଗତ ମାସରେ ତାଙ୍କର ଫାର୍ମହାଉସରେ ଚଢ଼ାଉ ହୋଇଥିଲା। ତେବେ ସନ୍ଦେହ ରହିଛି ବିବକେଙ୍କ ଘରେ ହୋଇଥିବା ଥିବା ଭୋଜିରେ ଡ୍ରଗ୍ସ ସେବନ ହୋଇଥିଲା।

Comments are closed.