Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣା; ୭ ମୃତ୍ୟୁ,୩୨ ଆହତ

ଉତ୍ତରପ୍ରଦେଶ : ଏକ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ଏହି ମର୍ମନ୍ତ ଦୁର୍ଘଟଣାଟି ଉତ୍ତରପ୍ରଦେଶର ପିଲିଭୀତ ଜିଲ୍ଲାର ପୁରାନାପୁର ଅଞ୍ଚଳରେ ଶନିବାର ଭୋର ସମୟରେ ହୋଇଛି ।

ଏକ ବସ ଓ ବୋଲେରୋ ମଧ୍ୟରେ ଧକ୍କା ହେବା ଫଳରେ ଦୁର୍ଘଟଣାରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ଜଣାପଡ଼ିଛି।

 ସୂଚନା ଅନୁଯାୟୀ, ଉକ୍ତ ଯାତ୍ରୀବାହୀ ବସଟି ଯାତ୍ରୀଙ୍କୁ ନେଇ ଲକ୍ଷ୍ନୌ ରୁ ପିଲୀଭୀତ ଆଡ଼କୁ ଯାଉଥିଲା। ହଠାତ ସୋହରାମଉ ବର୍ଡ଼ର ନିକଟରେ ବସ ଓ ଏକ ବୋଲେରୋ ମଧ୍ୟରେ ଖୁବ ଜୋରରେ ଧକ୍କା ହୋଇଥିଲା। ଧକ୍କା ପରେ ବସଟି ନିକଟ ଜମିକୁ ଓଲଟି ପଡିଥିଲା।

ବହୁ କଷ୍ଟରେ ସମସ୍ତ ଯାତ୍ରୀଙ୍କୁ ବସରୁ ବାହାର କରାଯାଇଥିଲା। ସେହିପରି ବୋଲେରୋ ମଧ୍ୟରେ ଥିବା ଯାତ୍ରୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା। ସମସ୍ତ ବସ ଓ ବୋଲେରୋ ଯାତ୍ରୀଙ୍କୁ ହସ୍ପିଟାଲ ନିଆଯାଇଥିଲା। ମାତ୍ର ଡ଼ାକ୍ତର ସେଠାରେ ୭ ଜଣଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.