Odisha Link
Bridging the Missing Links in Odisha

ଜମ୍ମୁ-କାଶ୍ମୀର ହେଉଛି ଚୀନର ଅଂଶ, ଏଭଳି ଭୁଲ ତଥ୍ୟ ଦର୍ଶାଉଛି ଟ୍ବିଟ୍‌ର

ନୂଆଦିଲ୍ଲୀ: ସୋସିଆଲ ମିଡିଆର ଏକ ବଡ଼ ପ୍ଲାଟଫର୍ମ ଟ୍ବିଟରକୁ ନେଇ ଚର୍ଚ୍ଚା। ଟ୍ବିଟର ବ୍ରଡକାଷ୍ଟ ସମୟରେ ଏକ ଭୁଲ୍‌ ହୋଇଛି। ଯାହାକୁ ନେଇ ଚର୍ଚ୍ଚା ଥମୁନାହିଁ। ଲାଇଭ୍‌ ବ୍ରଡକାଷ୍ଟ ସମୟରେ ଜମ୍ମୁ କଶ୍ମୀରକୁ ଚୀନର ଅଂଶ ବୋଲି ଦର୍ଶାଇଛି ଟ୍ବିଟର। ବିଶିଷ୍ଟ ସାମ୍ବାଦିକ ନୀତିନ ଗୋଖଲେ ଏହି ପ୍ରସଙ୍ଗକୁ ନେଇ ଟ୍ବିଇଟ କରିବା ସହ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଅଭିଯୋଗ କରିଛନ୍ତି।

ଟ୍ବିଟ୍‌ର ହଲ୍‌ ଅଫ୍‌ ଫେମ୍‌ରେ ଲେହକୁ ସିଲେକ୍ଟ କରିବା ପରେ ଲୋକେସନ୍‌ରେ ‘ଜମ୍ମୁ-କାଶ୍ମୀର , ପିପୁଲ୍ସ ରିପବ୍ଳିକ୍‌ ଅଫ ଚାଇନା’ ଦେଖାଉଛି। ଦ୍ବିତୀୟ ଥର ସର୍ଚ୍ଚ କରିବା ପରେ ବି ସମାନ ଲୋକେସନ୍‌ ଦେଖାଉଥିବା ଗୋଖଲେ ଟ୍ବିଟ୍‌ରେ ଲେଖିଛନ୍ତି। ଗୋଖ୍‌ଲେଙ୍କ ଟ୍ବିଟ୍‌ରେ ରିଟ୍ବିଟ୍‌ କରି ଅନ୍ୟ ୟୁଜର ମାନେ ବି ସମାନ କଥା ଲେଖିଥିବା ଦେଖିବାକୁ ମିଳିଛି। ସୂଚନାଥାଉକି, ଏଭଳି ଭୁଲ ଏହା ପୂର୍ବରୁ ମଧ୍ୟ ଥରେ ହୋଇ ସାରିଛି। ୨୦୧୨ରେ ମଧ୍ୟ ଟ୍ବିଟ୍‌ରେ ସମାନ ଭାବେ ‘ଜାମ୍ମୁ-କଶ୍ମୀରକୁ , ପିପୁଲ୍ସ ରିପବ୍ଳିକ୍‌ ଅଫ ଚାଇନା’ ଦେଖାଉଥିଲା।

ଅପରପକ୍ଷେ ଏଥିପାଇଁ ଟେକ୍‌ନୋଲୋଜିର ଦୋଷ ଦେଇ ଖସିବାକୁ ଚେଷ୍ଟା କରିଛନ୍ତି ଟ୍ବିଟ୍‌ର କର୍ତ୍ତୃପକ୍ଷ। ତେବେ ଟ୍ବିଟ୍‌ର ଏହି ଭୁଲ୍‌ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ୟୁଜର୍ସ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଅପିଲ୍‌ କରିଛନ୍ତି। ଦୟାକରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ୟୁଜର ମାନେ ଲେଖିଛନ୍ତି।

Comments are closed.