Odisha Link
Bridging the Missing Links in Odisha

୧୫ କୋଟି ଟଙ୍କ‌ାର ଡ୍ରଗ୍ସ ଜବତ, ୪ ଗିରଫ

ଗୌହ୍ବାଟୀ: ୧୫ କୋଟି ଟଙ୍କାରୁ ଊର୍ଧ୍ବ ଟଙ୍କାର ହେରୋଇନ ଜବତ। ଡ୍ରଗ୍ସ କାରବାର ଉପରେ କଡ଼ା ନଜର ରହିଥିବା ବ‌େଳେ ଆସାମ ପୁଲିସ୍‌ ଗତକାଲି ଚାରିଜଣ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କୁ ନାର୍କୋଟିକ୍ସ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ସବ୍‌ଷ୍ଟାନ୍ସ ଅଧିନିୟମ ଅନୁଯାୟୀ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ସବ୍-ଇନ୍ସପେକ୍ଟର ମନୁଜଲ ଗୋଗୋଇଙ୍କ ନେତୃତ୍ୱରେ ଡ୍ରଗ୍ସ ଯାଉଥିବା ଏକ ଟ୍ରକ୍‌କୁ ରାସ୍ତା ମଝିରେ ଅଟକା ଯାଇଥିଲା। ଆଙ୍ଗ୍ଲୋଙ୍ଗ ଜିଲ୍ଲାରୁ ଟ୍ରକ୍‌ଟିକୁ ଅଟକାଇବା ପରେ ସେଥିରୁ ୬ଟି ପ୍ୟାକେଟ୍‌ରୁ ପ୍ରାୟ ୩.୪୫ କିଲୋ ହେ‌ରୋଇନ୍‌ ଜବତ କରାଯାଇଥିଲା। ଡ୍ରଗ୍ସ ବିକ୍ରୟ କରୁଥିବା ଦୁଇ ଜଣ ବ୍ୟକ୍ତି ମଣିପୁରର ବାସିନ୍ଦା ବୋଲି ଜଣାପଡ଼ିଛି।

Comments are closed.