Odisha Link
Bridging the Missing Links in Odisha

ଅର୍ଲୀ ଚାଇଲଡ୍‌ହୁଡ୍ ଡେଭଲପ୍‌ମେଣ୍ଟ: ରାସ୍ତା ଉପରେ ଅନଲାଇନ ୱେବିନାର

ଭୁବନେଶ୍ୱର: ଶିଶୁମାନଙ୍କର ଜୀବନରେ ଉନ୍ନତି ଆଣିବା, ସୁସ୍ଥ ଅଭିବୃଦ୍ଧି ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ରେ ଅର୍ଲୀ ଚାଇଲଡ୍‌ହୁଡ୍ ଡେଭଲପ୍‌ମେଣ୍ଟ (ଇସିଡି) ହେଉଛି ଏକ ପ୍ରମୁଖ କ୍ଷେତ୍ର ଅଟେ ।

ୟୁନିସେଫ ଓଡିଶା ଏବଂ ଏମ୍‌ସ ଭୁବନେଶ୍ୱର ଅନଲାଇନ୍ ୱେବିନାର ପ୍ଲାଟଫର୍ମ ଜୁମ ରେ ‘ଅର୍ଲୀ ଚାଇଲଡ୍‌ହୁଡ୍ ଡେଭଲପ୍‌ମେଣ୍ଟ (ଇସିଡି): ସମସ୍ୟା,ଆହ୍ୱାନ ଏବଂ ଆଗକୁ ବଢିବାର ରାସ୍ତା’ ଉପରେ ଏକ ବିଶେଷ ବିଷୟବସ୍ତୁ ଉପରେ ୱେବିନାର ଆୟୋଜନ କରାଯାଇଥିଲା ।

ୱେବିନାରରେ ଏମସ୍ ଭୁବନେଶ୍ୱର ଶିଶୁରୋଗ ବିଭାଗର ଅତିରିକ୍ତ ପ୍ରଫେସର, ଡା. ଭାଗୀରଥୀ ଦ୍ୱିବେଦୀ, ୟୁନିସେଫ ମୁଖ୍ୟ ଫିଲ୍ଡ ଅଫିସର ଡା. ମୋନିକା ଓ ନିଲସେନ, ବରିଷ୍ଟ ଉପଦେଷ୍ଟା ଏନ୍‌ଏଚଏମ୍ ଡା. ମିଡୁଳା ଫାଡକେ, ୟୁନିସେଫ ଓ ପୂର୍ବତନ କୁଳପତି, ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ,ମୁମ୍ବାଇ, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ କୁମାର ପାଣୀଗ୍ରାହୀ,ଓଡିଶା ସରକାର, ସିଏମ୍ ଏବଂ ଏଫଏମ୍‌, ଏମ୍‌ସ ଭୁବନେଶ୍ୱରର ଆସୋସିଏଟ୍‌ ପ୍ରଫେସର ଡା.ସ୍ୱୟମ୍ ପ୍ରଜ୍ଞା ପରିଡା, ସିଏମ୍ ଏବଂ ଏଫଏମ୍‌, ଏମ୍‌ସ ଭୁବନେଶ୍ୱରର ସହକାରୀ ପ୍ରଫେସର ଡା. ପଜ୍ନା ପ୍ରସମିତା ଗିରି, ୟୁନିସେଫ ଓଡିଶା ର ପୋଷଣ ବିଶେଷଜ୍ଞ ଡା. ସୌରଭ ଭଟ୍ଟଚାର୍ଯ୍ୟ, ଆରସିଏପିଏଚ୍‌ଏନ୍ ଏମ୍‌ସ ଭୁବନେଶ୍ୱରର ଅନ୍ୟ ଅଧ୍ୟାପକ ଏବଂ ପରାମର୍ଶଦାତା
ଯୋଗଦେଇଥିଲେ ।

ଏମସ୍ ଭୁବନେଶ୍ୱର ଶିଶୁରୋଗ ବିଭାଗର ଅତିରିକ୍ତ ପ୍ରଫେସର ଡା. ଭାଗୀରଥୀ ଦ୍ୱିବେଦୀ ତାଙ୍କ ମୁଖ୍ୟ ଅଭିଭାଷଣ ରେ କହିଛନ୍ତି, “ମାଁର ଗର୍ଭରେ ହିଁ ଶିଶୁର ବିକାଶ ଆରମ୍ଭ ହୋଇଯାଇଥାଏ ଏବଂ ଶୂନ-ଛଅ ବର୍ଷର ବୟସ ମଧ୍ୟରେ ଶାରୀରିକ,ସାମାଜିକ, ଭାବନାତ୍ମକ ଓ ଜ୍ଞାନଗତ ବିକାଶ ଅନ୍ତର୍ଭୁକ୍ତ ଅଟେ” ।

ସେ ଏକ ଶିଶୁର ବିଭିନ୍ନ ବିକାଶ ଏବଂ ପ୍ରତିରୋପଣ,ରୋଗପ୍ରତିରୋଧକ କାରକଥମିକ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଏବଂ ପୋଷଣ ଇତ୍ୟାଦି ଇସିଡି ଉପରେ କିପରି ପ୍ରଭାବ ପକାଇପାରେ ସେ ବିଷୟରେ ଆଲୋଚନା କରିଥିଲେ ।

କୋଭିଡ-୧୯ ସମୟରେ ପୋଷଣ ସମ୍ବନ୍ଧରେ ଇସିଡି ଉପରେ ଆଲୋଚନା କରିବା ସମୟରେ, ଡା.
ମିଡୁା ଫାଡକେ ଜୀବନର ୧୦୦୦ ଦିନ ଉପରେ ଗୁରୁତ୍ୱାରୋପ କର କହିଥିଲେ ଯାହାକି ଗର୍ଭଧାରଣ
ସମୟ(୨୭୦ ଦିନ) ଏବଂ ଜୀବନର ପ୍ରଥମ ୨ ବର୍ଷ (୭୩୦ ଦିନ) କୁ ନେଇ ଗଠିତ ।

ଏହା ସହ ସେ କହିଥିଲେ ଯେ କୋଭିଡ-୧୯ ମହାମାରୀ ଛୋଟ ପିଲାମାନଙ୍କର ମସ୍ତିଷ୍କ ବିକାଶ ଉପରେ ଏକ ବିଷାକ୍ତ ଚାପ ଭାବରେ ପ୍ରଭାବ ପକାଇପାରେ । ଭାରତରେ ଅର୍ଲୀ ଚାଇଲଡ୍‌ହୁଡ୍ ଡେଭଲପ୍‌ମେଣ୍ଟ (ଇସିଡି)କାର୍ଯ୍ୟକାରୀ ଉପରେ ରେ ଡା. ମୋନିକା ଓ ନିଲସେନ ୟୁନିସେଫ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱରୋପ କରିଥିଲେ।ଏଥିରେ ଆଗଧାଡିର କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି,ଯତ୍ନ ପ୍ରଦାନକାରୀଙ୍କ ମଧ୍ୟରେ ସଚେତନା ବୃଦ୍ଧି, ପନୋନ୍ନତି ନୀତି,ଇସିଡି ପ୍ୟାକେଜ ଇତ୍ୟାଦି ଅନ୍ତର୍ଭୁକ୍ତ ।

ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ କୁମାର ପାଣୀଗ୍ରାହୀ,ଓଡିଶା ସରକାରଙ୍କ ଦ୍ୱାରା ଇସିଡି ପାଇଁ ନିଆଯାଇଥିବା ପ୍ରୟାସ ଏବଂ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ,ଯେଉଁଥିରେ ଏସ୍‌ଏଚଏ,ଅଙ୍ଗନାୱାଡି କର୍ମୀ ଏବଂ ସ୍ୱାସ୍ଥ୍ୟ କର୍ମୀ(ଏଫ) ଏବଂ ସେମାନଙ୍କ ପାଇଁ ‘ଜୀବନର ପ୍ରଥମ ୧୦୦୦ ଦିନର ବୈଜ୍ଞାନିକ ଆଧାର’ ନାମରଏକ ଓଡିଆ ବୁକଲେଟ୍ ଓ ‘ଆୟୁଷ୍ମାନ ଭାବ ଯାତ୍ରା ୧୦୦୦ ଦିନର’ ଆପ୍ ଇତ୍ୟାଦି ରହିଛି ।

ସିଏମ୍ ଏବଂ ଏଫଏମ୍‌, ଏମ୍‌ସ ଭୁବନେଶ୍ୱରର ଆସୋସିଏଟ୍ ପ୍ରଫେସର ଡା.ସ୍ୱୟମ୍ ପ୍ରଜ୍ଞା ପରିଡାଙ୍କ ଧନ୍ୟବାଦ ଅର୍ପଣ ସହିତ ଅଧିବେଶନ ଶେଷ ହୋଇଥିଲା । ଏହି ଅଧିବେଶକୁ ସିଏମ୍ ଏବଂ ଏଫଏମ୍‌, ଏମ୍‌ସ ଭୁବନେଶ୍ୱରର ସହକାରୀ ପ୍ରଫେସର ଡା. ପଜ୍ନା ପ୍ରସମିତା ଗିରି, ୟୁନିସେଫ ଓଡିଶାର ପୋଷଣ ବିଶେଷଜ୍ଞ ଡା. ସୌରଭ ଭଟ୍ଟଚାର୍ଯ୍ୟ ପରିଚାଳନ କରିଥିଲେ ।

Comments are closed.