Odisha Link
Bridging the Missing Links in Odisha

ରାସ୍ତାରୁ ଟେକି ନେଲେ ସୁନା ବେପାରୀଙ୍କୁ ,ଆଉ ତାପରେ…

ସୋର: ଜଣେ ଗହଣା ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ରାସ୍ତାରୁ ଟେକି ନେଇ ନିସ୍ତୁକ ମାଡ଼ ମାରିବା ସହ ୧୦ ଲକ୍ଷ ଟଙ୍କାର ଗହଣା ଓ ନଗଦ ଟଙ୍କା ଲୁଟି ନେଇଛନ୍ତି।ଏହି ଅଭାବନୀୟ ଘଟଣାଟି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମଙ୍ଗଳପୁର-ଔପଦା ରାସ୍ତା ବାଘ ଆମ୍ପୁଡ଼ା ଯୁଗନିମୁଣ୍ଡ ଛକରେଘଟିଛି।

ସୋର ବ୍ଲକ ଜଡ଼ିବା ପଞ୍ଚାୟତ କମଳାସାହିର ସୁଦର୍ଶନ ରଣା ବାଇକ ଯୋଗେ ଔପଦା ଅଞ୍ଚଳକୁ ଗହଣା ବେପାର ପାଇଁ ବାହାରି ଥିଲେ ।

ସେ ବାଘ ଆମ୍ପୁଡା ଯୁଗନିମୁଣ୍ଡ ଛକ ନିକଟରେ ପହଞ୍ଚିବା ସମୟରେ ପୋଲ ଉପରେ ବସିଥିବା ୬/୭ ଜଣ ଦୁର୍ବୃତ୍ତ ବାଇକ ବୁଲେଇବା ବାହାନରେ ତାଙ୍କ ବାଇକକୁ ଧକ୍କା ଦେଇ ତଳେ ପକେଇ ଦେଇଥିଲେ । ତା ପରେ ତାଙ୍କୁ ଘୋଷାରି ଜଙ୍ଗଲ ଭିତରକୁ ନେଇଥିଲେ ।

ସେଠାରେ ତାଙ୍କୁ ମାଡ଼ ମାରିବା ସହିତ ଭୁଜାଲି ଦେଖାଇ ମୋବାଇଲ ୨ଟିକୁ ନେଇ ଯାଇଥିଲେ। ଏଥିସହିତ ବାଇକ ଡିକି ଭାଙ୍ଗି ୭୦ ଗ୍ରାମ ସୁନା ଗହଣା, ସାଢେ଼ ତିନି କିଲୋ ଓଜନର ରୂପା ଗହଣା ଏବଂ ସୁଦର୍ଶନଙ୍କ ପାଖରେ ଥିବା ନଗଦ ୧୩ ହଜାର ଟଙ୍କା, ଓଜନ ମେସିନ, ଦରକାରୀ କାଗଜପତ୍ର ସବୁ ନେଇ ମଙ୍ଗଳପୁର ଆଡ଼କୁ ଚାଲିଯାଇଥିଲେ । ଯାହାରମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ହେବ । ସୁଦର୍ଶନଙ୍କ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.