Odisha Link
Bridging the Missing Links in Odisha

ଚୀନକୁ ଡରି ଟିକ-ଟକ ଉପରୁ ନିଷେଧାଦେଶ ହଟାଇଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ସମେତ ଆମେରିକାରେ ଚାଇନିଜ ସର୍ଟ ଭିଡିଓ ଆପ ଟିକ-ଟକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲା । ଅଶ୍ଳୀଳ ବିଷୟବସ୍ତୁ ଏଥିରେ ଛଡ଼ାଯାଉଥିବାରୁ ପାକିସ୍ତାନର ଦୂରସଂଚାର କର୍ତ୍ତୃପକ୍ଷ ଟିକ-ଟକ ଆପ୍‌କୁ ନିଷିଦ୍ଧ କରିଥିଲେ।

ଗତ ଅକ୍ଟୋବର ୧୦ରେ ଚାଇନିଜ ସର୍ଟ ଭିଡିଓ ଆପ ଟିକ-ଟକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲା ପାକିସ୍ତାନ।କିନ୍ତୁ ୧୦ଦିନ ନହେଉଣୁ ପାକିସ୍ତାନ ଟିକ-ଟକ ବ୍ୟବହାର ଉପରୁ ଲାଗିଥିବା ପ୍ରତିବନ୍ଧକ ହଟାଇଦେଇଛି । ଚୀନ ପକ୍ଷରୁ ଚାପ ପଡ଼ିବାରୁ ପାକିସ୍ତାନ ଏଭଳି କରିଥିବା ସାମ୍ନାକୁ ଆସିଛି ।

ପାକିସ୍ତାନର ନାଗରିକମାନେ ଏଥିରେ ପ୍ରସାରିତ ହେଉଥିବା ବିଷୟବସ୍ତୁ ଉପରେ ଅଭିଯୋଗ କରିବା ପରେ ଏହାକୁ ବନ୍ଦ କରାଯାଇଥିବା କୁହାଯାଉଥିଲା। କିନ୍ତୁ ଟିକ-ଟକ ଆପ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଚୀନ ସହ ସମ୍ପର୍କ ତିକ୍ତ ହେଉଥିବା ଦେଖି ପାକିସ୍ତାନ ଏବେ ପ୍ରତିବନ୍ଧକ ହଟାଇଦେଇଛି ।

Comments are closed.