ଭିଜିଲାନ୍ସ ଜାଲରେ ବିପିଏମ୍

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡ଼ିଆ ମେଡିକାଲ ବିପିଏମ୍ ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି। ବ୍ଲକ ପ୍ରୋଗ୍ରାମ ମ୍ୟାନେଜର୍ ଶ୍ରୀମନ୍ତ ଅତିବୁଦ୍ଧି ଗାଡି ଭଡ଼ା ବାବଦରେ ବିଲ କରିବା ପାଇଁ ୨୦ ହଜାର ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।
ପ୍ରକାଶ ଯେ, ରାକେଶ ଚନ୍ଦ୍ର ଦାସଙ୍କ ବୋଲେରୋ ଗାଡି ମେଡିକାଲରେ ଭଡା ଲାଗିଥିବା ବେଳେ ଏହାର ବିଲ୍ କରାଇ ଦେବା ପାଇଁ ହଇରାଣ କରିବା ସହ ୨୦ ହଜାର ଲାଞ୍ଚ ମାଗିଥିଲେ ବିପିଏମ୍ । ରାକେଶ ଭିଜିଲାନ୍ସକୁ ସୂଚନା ଦେବା ପରେ ମାଲକାନଗିରିର ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଏକ ଟିମ୍ ପୋଡ଼ିଆ ମେଡିକାଲରେ ଚଢ଼ାଉ କରିଥିଲେ। ଭିଜିଲାନ୍ସ ଟିମ ଏଥିରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ତାର ଅଧିକ ତଦନ୍ତ କରୁଛି।
Comments are closed.