Odisha Link
Bridging the Missing Links in Odisha

ପୁଣି ଥରେ ହାଥ୍ରାସ ପୀଡିତାଙ୍କ ପରିବାରକୁ ଭେଟିଲେ ସିବିଆଇ ଟିମ୍

ଲକ୍ଷ୍ନୌ: ହାଥ୍ରାସ୍ ଗଣଦୁଷ୍କର୍ମ ପୀଡିତା ପରିବାରକୁ ଆଜି ଦ୍ୱିତୀୟ ଥର ପାଇଁ ଭେଟିଛନ୍ତି ସିବିଆଇ ଟିମ୍। ଏଥିସହିତ ଅପରାଧ ଘଟିଥିବା ଜାଗା ଦେଖିଛନ୍ତି। ପୋଲିସ ପକ୍ଷରୁ ଆଲିଗଡ ଜେଲରେ ରହିଥିବା ୪ ଅଭିଯୁକ୍ତଙ୍କୁ ମଧ୍ୟ ପଚରା ଉଚୁରା କରାଯାଇଥିବା ଜଣାପଡିଛି। ଅଭିଯୁକ୍ତଙ୍କୁ ଜେରା କରାଯାଉଥିବା ସମୟରେ ସିବିଆଇର ଏକ ଟିମ୍ ବୁଲଗଢୀ ଗ୍ରାମକୁ ଆସି ତଦନ୍ତ କରିଥିଲା। ଏହି ମାମଲାରେ ସୋମବାର ସିବିଆଇପକ୍ଷରୁ ଜୱାହାର ଲାଲ ନେହେରୁ ମେଡିକାଲ କଲେଜ ଏବଂ ଆଲିଗଡ ମୁସଲିମ ୟୁନିଭର୍ସିଟିରେ ତଦନ୍ତ କରାଯାଇଥିଲା। ଏହି ମାମଲାର ତଦନ୍ତ ପାଇଁ ସିବିଆଇ ପକ୍ଷରୁ ଏକ କ୍ୟାମ୍ପ ଅଫିସ ମଧ୍ୟ ଖୋଲାଯାଇଛି।

ଗତମାସ ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ୪ ଯୁବକ ଗଣଦୁଷ୍କର୍ମ କରିଥିଲେ। ଯୁବତୀଙ୍କୁ ୱାହାର ଲାଲ ନେହେରୁ ମେଡିକାଲ କଲେଜରେ ପ୍ରାଥମିକ ଚିକିତ୍ସା ପରେ ଦିଲ୍ଳୀର ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଯୁବତୀଙ୍କ ପ୍ରାଣହାନି ଘଟିବା ପରେ ତରବରିଆ ଭାବରେ ପରିବାରକୁ ନ ଜଣାଇ ଅନ୍ତିମ ସଂସ୍କାର କରାଯାଇଥିଲା। ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିବା ବେଳେ ପରିବାର ଲୋକ ତାଙ୍କୁ ହତ୍ୟା କରିଛନ୍ତି ବୋଲି ଜଣେ ଅଭିଯୁକ୍ତ ବୟାନ ଦେଇଛନ୍ତି।

Comments are closed.