Odisha Link
Bridging the Missing Links in Odisha

ହିନ୍ଦୀରେ ଟ୍ୱିଟ୍ କରି ଭାରତକୁ ଧନ୍ୟବାଦ କହିଲେ ଡବ୍ଲୁଏଚ୍‌ଓ ମୁଖ୍ୟ

ନୂଆଦିଲ୍ଲୀ: କରୋନାର କାୟାରେ ସାରା ବିଶ୍ୱ। ମହାମାରୀ କରୋନାକୁ ପ୍ରତିହତ କରିବାକୁ ଟିକା ଦୌଡ଼‌ରେ ବିଶ୍ବର ଅନେକ ଦେଶ। କୋଭିଡ -୧୯ ମହାମାରୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଏଡେନମ ହିନ୍ଦୀରେ ଟ୍ୱିଟ କରି ଭାରତକୁ ଧନ୍ୟବାଦ ଜଣାଇଛନ୍ତି। କରୋନା ଭ୍ୟାକ୍ସିନର ଉପଲବଧତା ଏବଂ ବିତରଣ ପାଇଁ ଏଭଳି ଟ୍ୱିଟ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ କହିଛନ୍ତି ଯେ, କୋଭିଡ -୧୯ ପ୍ରସଙ୍ଗରେ ବୌଦ୍ଧିକ ସମ୍ପତ୍ତି ପ୍ରସଙ୍ଗରେ ପୁନର୍ବିଚାର କରିବାକୁ ପରାମର୍ଶ ଦେଇଥିବାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକାକୁ ଧନ୍ୟବାଦ। ଯାହାଫଳରେ ଟିକା, ଔଷଧ ଇତ୍ୟାଦି କମ୍ ମୂଲ୍ୟରେ ଉପଲବ୍ଧ ହୋଇପାରିବ। ଏହା ଏକ ପ୍ରଶଂସନୀୟ ପଦକ୍ଷେପ ଅଟେ।

ଅକ୍ଟୋବର ଆରମ୍ଭରେ ଭାରତ ବିଶ୍ୱ ବାଣିଜ୍ୟ ସଂଗଠନକୁ ଏକ ଚିଠି ଲେଖିଥିଲା। ଏହି ଚିଠି ମାଧ୍ୟମରେ କହିଥିଲା​​ଯେ, ବିକାଶଶୀଳ ଦେଶମାନଙ୍କ ପାଇଁ କୋଭିଡ ୧୯ ଟିକାର ଉତ୍ପାଦନ ତଥା ଆମଦାନୀକୁ ସରଳ କରିବା ପାଇଁ ବୌଦ୍ଧିକ ନିୟମ ସ୍ୱଳ୍ପକାଳୀନ ଅଟେ। ଏହି ପରିପ୍ରେକ୍ଷୀରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟ ଡବ୍ଲ୍ୟୁଟିଓକୁ ଚିଠି ଲେଖିଛନ୍ତି। ଅକ୍ଟୋବର ୨ରେ ଆଉ ଏକ ଚିଠି ମଧ୍ୟମରେ ବୌଦ୍ଧିକ ସମ୍ପତ୍ତି ଅଧିକାରର ବାଣିଜ୍ୟ ସମ୍ବନ୍ଧୀୟ ଦିଗ ଉପରେ ଚୁକ୍ତିନାମାର କିଛି ଅଂଶ ଛାଡ କରିବାକୁ ଦୁଇ ଦେଶ ଡବ୍ଲୁଟିଏଚଓକୁ ଆହ୍ୱାନ କରିଛନ୍ତି। ଏହା ସର୍ବଭାରତୀୟ ସ୍ତରରେ ପେଟେଣ୍ଟ, ଟ୍ରେଡ୍ ମାର୍କ, କପିରାଇଟ୍ ଏବଂ ଅନ୍ୟାନ୍ୟ ବୌଦ୍ଧିକ ଗୁଣଧର୍ମ ନିୟମକୁ ନିୟନ୍ତ୍ରଣ କରିଥାଏ।

Comments are closed.