Odisha Link
Bridging the Missing Links in Odisha

କନେଷ୍ଟବଳ ଲଳିତ ମୋହନଙ୍କୁ ସମ୍ମାନୀତ କଲା କମିଶନରେଟ୍ ପୋଲିସ୍

କଟକ: ନିଜର ଭଲ କାମ ପାଇଁ ପୋଲିସ କମିଶନରଙ୍କ ହାତରୁ ସମ୍ନାନିତ ହେଲେ କଟକରେ କାର୍ଯ୍ୟରତ ଟ୍ରାଫିକ କନଷ୍ଟେବଳ ଲଳିତ ମୋହନ ରାଉତ। ଜାତୀୟ ରାଜପଥରେ ପଡ଼ିଥିବା ଚିପସ ଯୋଗୁଁ ଦୁର୍ଘଟଣା ଘଟୁଥିଲା। ଏହା ଦେଖି ସେଠଆରେ ଡ୍ୟୁଟି କରୁଥିବା ଟ୍ରାଫିକ କନେଷ୍ଟବଳ ଲଳିତ ମୋହନ ରାଉତ ପାଖ ଦୋକାନରୁ ଝାଡୁ ଆଣି ରାସ୍ତା ସଫା କରିଥିଲେ। ଯାହାର ଭିଡିଓ ଭାଇରାଲ ହୋଇଥିଲା।

ପ୍ରକାଶ ଯେ, ଗତ ୧୭ ତାରିଖ ଅପରାହ୍ନ ୪ ଟା ବେଳର ଦୃଶ୍ୟ। ଜଣେ ଟ୍ରାଫିକ କନେଷ୍ଟବଳ ଶିଖରପୁର ଜାତୀୟ ରାଜପଥରେ ଝାଡୁ ଧରି ରାସ୍ତ ସଫା କରୁଥିଲେ।ଏଥିପାଇଁ କଟକର ସେଇ ଝାଡୁ କରିଥିବା ଟ୍ରାଫିକ କନେଷ୍ଟବଳ ଲଳିତ ମୋହନ ରାଉତଙ୍କୁ ପୋଲିସ କମିଶନର ପୁରଷ୍କୃତ କରିଛନ୍ତି। ଆଜି ଏହାକୁ ନେଇ ଲଳିତଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଛନ୍ତି ପୁଲିସ କମିଶନର ସଂଧାଶୁ ଷଢଙ୍ଗୀ।ଭୂବନେଶ୍ବର ପୋଲିସ ସେବା ଭବନରେ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଏହା ଦେଖି ଡ୍ୟୁଟି କରୁଥିବା ଲଳିତ ପାଖ ଦୋକାନରରୁ ଝାଡୁ ଆଣି ନିଜେ ରାସ୍ତା ସଫା କରିଥିଲେ।ତେବେ ଜଣେ ଟ୍ରାଫିକ ପୋଲିସ ଟ୍ରାଫିକ ନିୟନ୍ତ୍ରଣ କରିବା ସହ ଜନ ସାଧାରଣ କିଭଳି ରାସ୍ତାରେ ଠିକ ରେ ଯିବା ଆସିବା କରିବେ ସେନେଇ ଝାଡୁ ଧରିବାକୁ ବି ପଛାଇ ନଥିଲେ କଟକ ଟ୍ରାଫିକ ପୋଲିସର ଏହି ଟ୍ରାଫିକ କନେଷ୍ଟବଳ। ଏହି ଘଟଣା ଟିକୁ ଫାଖରେ ଥିବା ଜଣଏ ବ୍ୟକ୍ତି ମୋବାଇଲରେ ରେକର୍ଡ କରିନେଇଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲଳିତଙ୍କ ନିକଟକୁ ଛୁଟି ଥିଲା ପ୍ରଶଂସାର ସୁଅ।

Comments are closed.