ଭିଜିଲାନ୍ସ ଜାଲରେ ପ୍ରାଣୀ ଚିକିତ୍ସକ

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ପ୍ରାଣୀ ଚିକିତ୍ସକ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟାରେ। ସୁବଳୟା ପଶୁ ଡାକ୍ତରଖାନାର ପ୍ରାଣୀ ଚିକିତ୍ସକ ପ୍ରିୟବ୍ରତ ବେହେରା ବଡଖମାର ଗାଁର ଲକ୍ଷ୍ମଣ ମହନ୍ତଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ସୂଚନାଯୋଗ୍ୟ ଯେ, ଲକ୍ଷ୍ମଣଙ୍କ ଘରେ ଗାଈ ଗୁହାଳ ପାଇଁ ଏକ ପ୍ରମାଣ ପତ୍ର ଦେବା ନାଁରେ ପ୍ରାଣୀ ଚିକିତ୍ସକ ୫ହଜାର ଟଙ୍କା ଦାବି କରିଥିଲେ। ପରେ ଲକ୍ଷ୍ମଣ ସୋନପୁର ଭିଜିଲାନ୍ସ ବିଭାଗକୁ ଜଣାଇ ଥିଲେ। ଯୋଜନା ମୁତାବକ ଆଜି ଟଙ୍କା ଦେବା ବେଳେ ସୋନପୁର, ବଲାଙ୍ଗିର ଓ ସମ୍ବଲପୁର ଭିଜିଲାନ୍ସ ଟିମ୍ ପ୍ରାଣୀ ଚିକିତ୍ସକ ପ୍ରିୟବ୍ରତଙ୍କୁ ଗିରଫ କରିଥିଲେ। ତାଙ୍କୁ ସୋନପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ଅଧିକ ପଚରା ଉଚରା ଜାରି ରଖିଛି।